ଭୀମଭୋଇଙ୍କ ସଂପର୍କରେ ଆଶାଳୀନ ମନ୍ତବ୍ୟ; ଲେଖକଙ୍କ ନାଁରେ ଥାନାରେ ମାମଲା

Edited by Papu Mohanty

ଭୁବନେଶ୍ୱର : MAY 19: ସନ୍ଥକବି ଭୀମଭୋଇଙ୍କୁ ଅପମାନ କରିଥିବା ଅଭିଯୋଗରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ସଭାପତିଙ୍କ ପକ୍ଷରୁ ଲେଖକ କେଦାର ମିଶ୍ରଙ୍କ ନାମରେ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯାଇଛି । ଏହି ଏତଲାରେ ଦର୍ଶାଯାଇଛି ଯେ ସନ୍ଥକବି ଭୀମଭୋଇ ହେଉଛନ୍ତି ସମଗ୍ର ଓଡିଆ ଜାତିପାଇଁ ଗର୍ବ ଓ ଗୌରବ । ଦଳିତ ପରିବାରରେ ଜନ୍ମିତ ଭୀମଭୋଇ ଜନ୍ମରୁ ଅନ୍ଧଥିଲେ ତାଙ୍କୁ ଦିବ୍ୟ ଜ୍ଞାନ ପ୍ରାପ୍ତି ହେଲାପରେ ସେ ମହିମା ଧର୍ମର ପ୍ରଚାର ଓ ପ୍ରସାର କରିଥିଲେ । ମହିମା ଧର୍ମର ପ୍ରଣେତା ଆମ ସମସ୍ତଙ୍କ ମୁକ୍ତି ମାର୍ଗର ପଥ ପ୍ରଦର୍ଶକ ଥିଲେ । ମାତ୍ର ସେହି ମହାମାନବଙ୍କ ନାମରେ ଚରିତ୍ର ସଂହାର କରିବାକୁ କେଦାର ମିଶ୍ର ନାମକ ଜଣେ ଲେଖକ ଅପଚେଷ୍ଟା କରିଛନ୍ତି ବୋଲି ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ସଭାପତି ବାବା ରମେଶ ଚନ୍ଦ୍ର ଦାସ ପକ୍ଷରୁ ଏତଲାରେ ଦର୍ଶାଇଛନ୍ତି ।
ଭୁବନେଶ୍ୱରରେ ରହୁଥିବା ଲେଖକ କେଦାର ମିଶ୍ର ତାଙ୍କର ଲିଖିତ article ଭୀମଭୋଇ ଆଣ୍ଡ ହିଜ୍‌ ଫିମେଲ କନ୍‌ସର୍ଟସ ରେ ଭୀମଭୋଇଙ୍କର ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିଲାବୋଲି ଉଲ୍ଲେଖ କରିଛନ୍ତି । ଶ୍ରୀ ମିଶ୍ରଙ୍କ ଏହି ଆପତ୍ତିଜନକ ଲେଖାକୁ ତୁରନ୍ତ ନିଷିଦ୍ଧ ଘୋଷଣା ସହ ଲେଖକଙ୍କ ବିରୁଦ୍ଧରେ ଦଣ୍ଡବିଧି ଆଇନ୍‌ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏତଲା ମାଧ୍ୟମରେ ଦାବି କରାଯାଇଛି । ଏହି ପ୍ରତିନିଧି ଗଣମାଧ୍ୟମରେ ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ସଭାପତି ବାବା ରମେଶ ଚନ୍ଦ୍ର ଦାସ, ବାବା ପବିତ୍ର ମୋହନ ଦାସ, ପୂର୍ବତନ ସରପଞ୍ଚ ସନ୍ତୋଷ ନାଥ, ସଭାପତି ଇନ୍ଦ୍ରମଣି ମହାଭୋଇ, ଲିଙ୍ଗରାଜ ରାଉତ, କୈଳାସଚନ୍ଦ୍ର ରାଉତ, ଲକ୍ଷ୍ମୀଧର ବେହେରା, ବିପନ ଭୋଇ ସମେତ ମହିମାଧର୍ମ ଗବେଷଣା କେନ୍ଦ୍ରର ବହୁ ସଭ୍ୟ ଉପସ୍ଥିତ ଥିଲେ ।

Comments are closed.