ଭିତରକନିକାରେ ଆରମ୍ଭ ହେଲା ପକ୍ଷୀଗଣନା

ଭୁବନେଶ୍ୱର: ଅଗଷ୍ଟ ୨୩: କୁମ୍ଭୀର ପାଇଁ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠାରୁ ବାର୍ଷିକ ପକ୍ଷୀଗଣନା ଆରମ୍ଭ ହୋଇଛି । ଏହା ଏକ ସପ୍ତାହ ଧରି ଚାଲିବ । ପ୍ରତିବର୍ଷ ମୌସୁମୀ ଆରମ୍ଭରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପକ୍ଷୀ ଅଣ୍ଡା ଦେବା ପାଇଁ ଏହି ସ୍ଥାନକୁ ଆସିଥାନ୍ତି । ଗତ ବର୍ଷ ୧୦ଟି ଜାତିର ମୋଟ୍‌ ୯୭ ହଜାର ୮୯୯ଟି ପକ୍ଷୀଙ୍କୁ ଭିତରକନିଆ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିଲା । ଜାତୀୟ ଉଦ୍ୟାନରେ ପକ୍ଷୀ ଗଣନା କାର୍ଯ୍ୟ କରିବା ପାଇଁ ବନବିଭାଗ ଅଧିକାରୀ, ୱାଇଲïଲାଇଫ୍‌ ବିଶେଷଜ୍ଞ ଓ ପକ୍ଷୀବିଶେଷଜ୍ଞମାନଙ୍କୁ ନେଇ ଦୁଇଟି ଟିମ୍‌ ପ୍ରସ୍ତୁତ କରାଯାଇଛି । ପ୍ରତ୍ୟେକ ଟିମ୍‌ରେ ସାତ ଜଣ ଲେଖାଏଁ ଅଧିକାରୀ ରହିଛନ୍ତି ।
ସୂଚନା ଅନୁସାରେ, ବିଶେଷ କରି ଗୋଣ୍ଡାଳିଆ, ରାଣୀ ବଗ, ମଝିଆନ୍‌ ବଗ, ଖଇରା, ଅଞ୍ଜନା, ପାଣିକୁଆ, କାପରଖାଇ ଭଳି କେତେକ ଦେଶୀୟ ପକ୍ଷୀ ଦଳ ଖାଦ୍ୟ ଓ ଅଣ୍ଡା ଦେବା ଅନେ୍ୱଷଣରେ ଏହି ଉଦ୍ୟାନକୁ ଉଡିଆସନ୍ତି । ଏହିପକ୍ଷୀମାନେ ବିଶେଷ କରି ଗୁଆନ, ବାଣୀ ଓ କେରୁଆ ଗଛରେ ବସାକରି ରହିଥାନ୍ତି ।
ଏହାସହ ଅନ୍ୟ କିଛି ସ୍ଥାନୀୟ ପକ୍ଷୀ ଓ ଦେଶୀୟ ପକ୍ଷୀ ବାଗଗାହାନ, ମଥା ଆଡ଼ିଆ, ଲକ୍ଷ୍ମୀପ୍ରସାଦ ଡ଼ିଆ, ଦୁର୍ଗାପ୍ରସାଦ ଡ଼ିଆ ଆଦି ସ୍ଥାନମାନଙ୍କରେ ଥିବା ଆଦ୍ରମଭୂମି ଓ ଗ୍ରୀଷ୍ମ ମଣ୍ଡଳୀୟ ଜଙ୍ଗଲରେ ରହିବାକୁ ଆସିଥାନ୍ତି । ଅକେଫାବର ଶେଷ ଆଡ଼କୁ ନିଜ ନିଜ ଦେଶକୁ ଉଡିଯାଆନ୍ତି । ଏହା ପ୍ରତ୍ୟେକ ବର୍ଷ ଜାରି ରହିଥାଏ । ବିଶେଷ କରି ଋଷିଆ, କେନ୍ଦ୍ରିୟ ଏସିଆ, ଲଦଖ ଏବଂ ହିମାଳୟ ପରି ଥଣ୍ଡା ଦେଶରୁ ପକ୍ଷୀ ଏଠାକୁ ଉଡିଆସନ୍ତି ।

Comments are closed.