ଭାରତ ରେ ୨୪ ଘଂଟାରେ ୫୪ ହଜାର ୭୩୫ ନୂଆ କୋଭିଡ ପଜିଟିଭ ଚିହ୍ନଟ ଏବଂ ୮୫୩ ଜଣ ମୃତ

ନୂଆଦିଲ୍ଲୀ: ଅଗଷ୍ଟ ୨: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୭୩୫ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏଥି ସହ
ଭାରତ ରେ ରବିବାର ଦିନ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୧୭ ଲକ୍ଷ ୫୦ ହଜାର ୭୨୩ କୁ ବୃଦ୍ଧି ପାଇଛି I
୨୪ ଘଂଟାରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଗୋଟିଏ ଦିନରେ ୫୧ ହଜାର ୨୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୪୫ ହଜାର ୬୨୯ ଜଣ ଏହି ରୋଗରୁ ସୁସ୍ଥ ହେଇଛନ୍ତି I ଦେଶରେ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା ୬୫.୪୪ କୁ ବୃଦ୍ଧି ପାଇଛି I ତେବେ, ଏବେ ମଧ୍ୟ ୫ ଲକ୍ଷ ୬୭ ହଜାର ୭୩୦ ଜଣ ଚିକିତ୍ସାଧୀନ ଅଛନ୍ତି I
ସେହିପରି, ୨୪ ଘଂଟାରେ ମୃତ୍ୟୁବରଣ କରିଛନ୍ତି ୮୫୩ ଜଣ I ଏହାକୁ ମିଶାଇ, ଦେଶରେ ମୋଟ ୩୭ ହଜାର ୩୬୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I
ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧କୋଟି, ୯୮ ଲକ୍ଷ ୨୧ ହଜାର ୮୩୧ଟି ସାମ୍ପଲ ପରୀକ୍ଷା କରାଯାଇଛି I ସେଥିମଧ୍ୟରୁ ୪ ଲକ୍ଷ ୬୩ ହଜାର ୧୭୨ ଟି ସାମ୍ପଲ ଗତ ୨୪ ଘଣ୍ଟା ମଧ୍ୟରେ ପରୀକ୍ଷା କରାଯାଇଛି |

Comments are closed.