ଭାରତ-ପାକିସ୍ଥାନ ବିବାଦ ତୁଟାଇବାକୁ ମଧ୍ୟସ୍ଥି କରିବ ନେପାଳ

0

ସମୟ ବ୍ୟୁରୋ : ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତାକୁ ପ୍ରତ୍ୟାହାର କରିବା ପାଇଁ ସମ୍ବିଧାନର ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ ଭାରତ ଓ ପାକିସ୍ଥାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଉଥିତଏସିଆନ ଆସୋସିଏସନ୍ ଫର୍ ରିଜିଓନାଲ କୋଅପରେସନ(ସାର୍କ)ର ସଦସ୍ୟ ରାଷ୍ଟ୍ର ନେପାଳ, ଭାରତ ଓ ପାକିସ୍ଥାନ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ମତ ରିଖିଛି । ଭାରତ-ପାକିସ୍ଥାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହିଁ ସମସ୍ତ ସମସ୍ୟାର ସମାଧାନ କରିପାରିବ । ବିନା ଆଲୋଚନାରେ ଦୁଇ ଦେଶ ମଧ୍ୟରେ ଥିବା ବିବାଦକୁ ଦୂର କରାଯାଇପାରିବ ନାହିଁ । ଯଦି ଆବଶ୍ୟକ ପଡେ ନେପାଳ ସରକାର ମଧ୍ୟସ୍ଥି କରିବାକୁ ପ୍ରସ୍ତୁତ ରହିଛି । ନେପାଳ କହିଛି, ଆମେ କେବଳ ଏକ ମାଧ୍ୟମ ରୂପେ କାର୍ଯ୍ୟ କରିପାରିବୁ କିନ୍ତୁ ଉଭୟ ଦେଶ ପରସ୍ପର ସିଧା ସଳଖ କଥା ହେଲେ ଅଧିକ ଭଲ ହେବ । ଯଦି ଆମେ ସାମ୍ନାସାମ୍ନି ବସିବା ଓ ଆଲୋଚନା ଜରିଆରେ ଉଭୟଙ୍କ ପକ୍ଷ ରଖିବାକୁ ସୁଯୋଗ ଦେବା ତା’ହେଲେ ଏହି ସବୁକିଛି ସମାଧାନ ହେବ ବୋଲି ନେପାଳ ଆଶାବ୍ୟକ୍ତ କରିଛି । ସାର୍କର ବୈଠକ ଅନୁଷ୍ଠିତ ହେବାକୁ ନେଇ ଚାଲିଥିବା ଅନିଶ୍ଚିତତାକୁ ଦୂର କରିବାକୁ ହେଲେ ସମସ୍ତ ସଦସ୍ୟ ରାଷ୍ଟ୍ର ପୁନଃ ଏକଜୁଟ୍ ହେବା ଉଚିତ୍ । ୨୦୧୬ ମସିହାରେ ସାର୍କ ବୈଠକ ଇସ୍ଲାମାବାଦ୍ରେ ଅନୁଷ୍ଠିତ ହେବାର ଥିଲା କିନ୍ତୁ ଉରିଠାରେ ଭାରତୀୟ ସେନାର ଏକ ଶିବିର ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଯୋଗୁଁ ଭାରତ ଏହି ସମ୍ମିଳନୀ ଯୋଗ ନ ଦେବାକୁ ନିଷ୍କତ୍ତି ନେଇଥିଲା । ଏହା ପରେ ବାଂଲାଦେଶ, ଭୂଟାନ ଓ ଆଫଗାନିସ୍ଥାନ ଭାଗନେବାକୁ ମାନ କରିବାରୁ ଏହି ବୈଠକ ଅନୁଷ୍ଠିତ ହୋଇପାରି ନଥିଲା । ଆତଙ୍କବାଦ ଶାନ୍ତିପ୍ରେମୀ ଦେଶଗୁଡିକ ପାଇଁ ଏକ ଧମକ ସଦୃଶ ଅଟେ । ଏ ଦିଗରେ ଆମ ସମସ୍ତଙ୍କୁ ପଦକ୍ଷେପ ନେବା ଦରକାର ବୋଲି ନେପାଳ କହିଛି । ସାର୍କ ବୈଠକ ସାଧାରଣତଃ ପ୍ରତି ୨ବର୍ଷରେ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.