ଭାରତରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି; ଗୋଟିଏ ଦିନରେ ଚିହ୍ନଟ ହେଲେ ୭୮ ହଜାର ୭୬୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଅଗଷ୍ଟ ୩୦: ଭାରତରେ ଗୋଟିଏ ଦିନରେ ୭୮ ହଜାର ୭୬୧ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୫ ଲକ୍ଷ ୪୨ ହଜାର ୭୩୩ କୁ ବୃଦ୍ଧି ପାଇଛି I
ସେହିପରି ୨୪ ଘଂଟାରେ କରୋନା ରେ ୯୪୮ ଜଣଙ୍କର ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୬୩ ହଜାର ୪୯୮ ରେ ପହଂଚିଛି I
ଗୋଟିଏ ଦିନରେ ସୁସ୍ଥ ହେଲେ ୬୪ ହଜାର ୯୩୫ ଜଣ ଏବଂ ଏହାକୁ ମିଶାଇ, ମୋଟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୨୭ ଲକ୍ଷ ୧୩ ହଜାର ୯୩୩ କୁ ବୃଦ୍ଧି ପାଇଛି I
ଏବେ ୭ ଲକ୍ଷ ୬୫ ହଜାର ୩୦୨ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି I
ସୁସ୍ଥତା ହାର ବୃଦ୍ଧି ପାଇ ଆଜି ଏହି ସଂଖ୍ୟା ୭୬.୬୧ ପ୍ରତିଶତରେ ପହଞ୍ଚିପାରିଛି । ଏଥିସହିତ ମାମଲା ମୃତ୍ୟୁହାର (ସିଏଫଆର) ମଧ୍ୟ ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ସର୍ବନିମ୍ନ ରହିଛି । ଏହା ନିୟମିତ ଭାବେ ହ୍ରାସ ପାଇ ବର୍ତ୍ତମାନ 1.81 ପ୍ରତିଶତରେ ରହିଛି ।

Comments are closed.