ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ

0

ଭୁବନେଶ୍ୱର: ଜୁନ ୨୧: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୧୫,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ଭାରତରେ, ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୧୦,୪୬୨ କୁ ବୃଦ୍ଧି ପାଇଛି I
ସେହିପରି, ଗୋଟିଏ ଦିନରେ ୩୦୬ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୩,୨୫୪ ରେ ପହଂଚିଛି I
ଦେଶରେ ୨,୨୭,୭୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧,୬୯,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ହାର ଶତକଡା ୫୫.୪୯ କୁ ବୃଦ୍ଧି ପାଇଛି ।
ରାଜ୍ୟମାନଙ୍କ ମଧ୍ୟରେ, ମହାରାଷ୍ଟ୍ର ରେ ୩୮୭୪ ନୂଆ ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ୨୪ ଘଣ୍ଟା ମଧ୍ୟରେ ୯୧ ଜଣଙ୍କର ମୃତ୍ୟୁ ହେଇଛି I ରାଜ୍ୟରେ ରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୧,୨୮,୨୦୫ କୁ ବୃଦ୍ଧି ପାଇଛି I
ତାମିଲନାଡୁ ରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬୮୪୫ ରେ ପହଂଚିଛି I ଏଠି ଗତ ୨୪ ଘଣ୍ଟା ମଧ୍ୟରେ, ୨୩୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୩୮ ଜଣ ଙ୍କର ମୃତ୍ୟୁ ହେଇଛି I
ଦିଲ୍ଲୀ ରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୬୭୪୬ ରେ ପହଂଚିଛି I ଗତ ୨୪ ଘଣ୍ଟା ମଧ୍ୟରେ, ୩୬୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୭୭ ଜଣଙ୍କର ମୃତ୍ୟୁ ହେଇଛି I

Leave A Reply

Your email address will not be published.