ଭାରତକୁ ଆଫଗାନରୁ ଆସିଲା ଗୁରୁଗ୍ରନ୍ଥ

ଦିଲ୍ଲୀ: ଅଗଷ୍ଟ ୨୪: ତାଲିବାନଙ୍କ କାବୁଲ୍‌ କବ୍‌ଜା ପରେ ଏବେ କିଛି ଆଫଗାନବାସୀ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ସେହିପରି ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଭାରତୀୟ ଏୟାର୍‌ପୋର୍ସ ନିଜ ଦେଶକୁ ସ୍ଥାନାନ୍ତରଣ କରୁଛି । ଏହା ମଧ୍ୟରେ ଆଜି ତାଜିକିସ୍ତାନର ଦୁସାନବେରୁ ୭୮ ଲୋକ ଦିଲ୍ଲୀ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ରହିଥିଲେ । ଏହାସହ ସେହି ବିମାନରେ କାବୁଲରେ ଥିବା ମୋଟ ତିନୋଟି ଗୁରୁଗ୍ରନ୍ଥ ସାହିବଙ୍କୁ ଆଣାଯାଇଥିଲା । କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ଗୁରୁଗ୍ରନ୍ଥ ସାହିବକୁ ଦିଲ୍ଲୀ ବିମାନବନ୍ଦରରୁ ବାହାରକୁ ସସମ୍ମାନେ ଆଣିଥିଲେ । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ସୂଚନାଥାଉକି, ଭାରତ ଏପର୍ଯ୍ୟନ୍ତ ଆଫଗାନରୁ ୮୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରିସାରିଛି । ସେମାନଙ୍କ ମଧ୍ୟରୁ ବହୁ ଆଫଗାନ ନାଗରିକଙ୍କ ସହିତ ଆଫଗାନ ହିନ୍ଦୁ ଓ ଆଫଗାନ ଶିଖ୍‌ ମଧ୍ୟ ରହଛନ୍ତି ।

Comments are closed.