ବଢ଼ିଲା ପେଟ୍ରୋଲ ଦର; ଭୁବନେଶ୍ୱରରେ ପେଟ୍ରୋଲ ଲିଟର ଟ ୭୧, ୬୯ ପଇସା ଡିଜେଲ ଟ୬୭, ୭୩

Edited by Papu Mohanty

ଭୁବନେଶ୍ୱର : May 16:ରାଜ୍ୟ ସରକାର ଭାଟ୍‌ ହାର ବୃଦ୍ଧି କରିବା ଫଳରେ ପେଟ୍ରୋଲ ଓ ଡିଜେଲ୍‌ ଦର ବୃଦ୍ଧି ପାଇଛି । ଉଲ୍ଲେଖ ଯୋଗ୍ୟ ଯେ, ପେଟ୍ରୋଲ ଉପରେ ପୂର୍ବରୁ ୨୮ ପ୍ରତିଶତ ଥିବା ଭାଟ୍‌ ହାର ଏବେ ୩୨ ପ୍ରତିଶତକୁ ବୃଦ୍ଧି ପାଇଥିଲାବେଳେ ଡିଜେଲ୍‌ ଉପରେ ନିଆଯାଉଥିବା ଭାଟ ହାର ୨୬ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳରେ ଶନିବାର ମଧ୍ୟରାତ୍ରୀରୁ ପେଟ୍ରୋଲ ଓ ଡିଜେଲ୍‌ ଉପରେ ନୂଆ ଦର ଲାଗୁ ହେବ ଓ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ୍‌ ଲିଟର ପିଛା ୧ଟଙ୍କା ୩ ପଇସା ବୃଦ୍ଧି ପାଇବ । ଏହି ନୂତନ ଦର ଫଳରେ ଭୁବନେଶ୍ୱରରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୧ ଟଙ୍କା ୬୯ ପଇସା ଓ ଡିଜେଲ ଲିଟର ପିଛା ୬୭ ଟଙ୍କା ୭୩ ପଇସା ହେବ ।

Comments are closed.