ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ ପ୍ରକାଶନ ଉପର ରୋକ୍‌

ଭୁବନେଶ୍ୱର: ଅଗଷ୍ଟ ୧୯: ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆତ୍ମଜୀବନୀ ଉପରେ କଟକ କର୍ମସିଆଲ କୋର୍ଟ ରୋକ୍‌ ଲଗାଇଛନ୍ତି । ଆତ୍ମଜୀବନୀ ପ୍ରକାଶନକୁ ବିରୋଧ କରି ଫକୀର ମୋହନଙ୍କ ଅଣନାତୁଣୀ ପ୍ରଫେସର ମିନାକ୍ଷୀ ଦତ୍ତ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହାସହ ଆବେଦନକାରୀଙ୍କୁ ସତ୍ତ୍ୱାଧିକାର ପ୍ରଦାନ କରିବା ଏବଂ ଡିଜିଟାଇଜେସନ୍‌ କରାଯାଇ ସମସ୍ତ ତଥ୍ୟ ଆବେଦନକାରୀଙ୍କୁ ହସ୍ତାନ୍ତର କରିବା ପାଇଁ ସେ ଆବେଦନରେ ଦର୍ଶାଇଛନ୍ତି ।
ଫକୀରମୋହନଙ୍କ ସମସ୍ତି ବେଶ୍‌ ଲୋକାଦୃତ । ଫକୀରମୋହନଙ୍କ ଅପ୍ରକାଶିତ ରହିଥିବା ହାତ ଲେଖାମାନର ପ୍ରକାଶନ କରିବା ପାଇଁ ପ୍ରଫେସର ମୀନକ୍ଷା ଦତ୍ତ ୨୦୧୯ରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଛଅଗୋଟି ପାଣ୍ଡୁଲିପି ନେଇ ସେ ଦୁଇଜଣ ସାହିତି୍ୟକଙ୍କୁ ଫକୀରମୋହନଙ୍କ ତେବେ ଆତ୍ମଜୀବନୀ ପାଇଁ ହସ୍ତାନ୍ତର କରିଛନ୍ତି । ସେ ପାଣ୍ଡୁଲିପିଗୁଡ଼ିକର ଡିଜିଟାଇଜେସନ୍‌ କରିବା କେବଳ ଆଲୋଚନା ମାଧ୍ୟମରେ ସୀମିତ ରହିଥିଲା । ପରବର୍ତ୍ତୀ ସମୟରେ ତାଙ୍କ ଅଜାଣତରେ କିଛି ପାଣ୍ଡୁଲିପିର ଡିଜିଟାଇଜେସନ୍‌ କରାଯାଇ ବ୍ୟାସକବିଙ୍କ ଲେଖା ପ୍ରକାଶନ କରାଯାଇଥିବା ସେ ଜାଣିବାକୁ ପାଇଲେ ଯାହା ପରେ ସେ ବ୍ୟାସକବିଙ୍କ ଆତ୍ମଜୀବନୀ ପ୍ରକାଶନ ଉପରେ ରୋକ୍‌ ଲଗାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Comments are closed.