ବ୍ରେନ୍‌ ସକ୍ରିୟ କରେ ନୂତନ ଭାଷା ଶିକ୍ଷା

ଭୁବନେଶ୍ୱର: ଅଗଷ୍ଟ ୪: ମସ୍ତିଷ୍କକୁ ଅଧିକ ସକ୍ରିୟ କରିବାକୁ ହେଲେ ମାନସିକ ଗତିବିଧି ବଢ଼ାଇବାକୁ ପଡ଼ିଥାଏ । ଯେପରି ନୂତନ ଭାଷା ଶିଖିବା । ନିଜ ରୁଚି ଥିବା କୌଣସି ନୂତନ ଭାଷା ଶିକ୍ଷା ଗ୍ରହଣ କଲେ ବ୍ରେନ ସକ୍ରିୟ ହୋଇଥାଏ ବୋଲି ହାର୍ବାର୍ଡ ମେଡିକାଲ୍‌ ସ୍କୁଲର ନୁ୍ୟରୋଲଜିଷ୍ଟ କହିଛନ୍ତି । ନୂଆ ନୂଆ ଭାଷା ଜାଣିବାର ଆଗ୍ରହ ଦ୍ୱାରା ବ୍ରେନରେ ଥିବା କୋଷ କୋଷ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥାଏ । ବିଶେଷକରି ଏହାଦ୍ୱାରା ବ୍ରେନର କିଛି ଭାଗ ଅଧିକ ସକ୍ରିୟ ହୋଇଉଠେ । ଫଳରେ ବ୍ୟକ୍ତିର ଶ୍ରବଣ ଶକ୍ତି ବଢ଼ିବା ସହିତ ଅବସାଦ ଦୂର ହୋଇଥାଏ ।
ଡାକଫରଙ୍କ ମୁତାବକ, ଦୁଇ ହାତର ଅଧିକ ବ୍ୟବହାରରେ ମଧ୍ୟ ବ୍ରେନ୍‌ ଆକଫିଭ ହୁଏ । ହାତର ବ୍ୟବହାରରେ ବ୍ରେନ୍‌ରେ ଲଜିକାଲ୍‌ ଥିଙ୍କିଙ୍ଗ୍‌ ବୃଦ୍ଧି ପାଏ । ତେବେ ଜାପାନର ପରମ୍ପରା ଅନୁସାରେ ‘ଓରିଗାମି’ ଖେଳ ଖେଳିଲେ ବ୍ରେନ୍‌ ସକ୍ରିୟ ହୁଏ । ଏହି ଖେଳରେ ବିଶେଷ କରି ଗଣିତ ଓ ବିଜ୍ଞାନ ବିଷୟର ସମ୍ପର୍କ ରହିଥାଏ । ଓରିଗାମିର ଅର୍ଥ ହେଉଛି, କାଗଜରେ ବିଭିନ୍ନ କଳାକୃତୀ କରି ଖେଳିବା । ଏହାକୁ ଖେଳିବା ଦ୍ୱାରା ପିଲାମାନଙ୍କର ବ୍ରେନ୍‌ ବହୁତ ସକ୍ରିୟ ହୁଏ ।

Comments are closed.