ବେଲୁଚିସ୍ତାନ ରେ ଥିବା ଗୋଟିଏ ଗୁରଦ୍ୱାରା କୁ ଦୁଇ ଶହ ବର୍ଷ ପରେ ପାଇଲେ ସେଠାକାର ଶିଖ ସମ୍ପ୍ରଦାୟ

0

କୁଏଟI : ଜୁଲାଇ ୨୫: ପାକିସ୍ତାନ ର ବେଲୁଚିସ୍ତାନ ସରକାର ସେଠାରେ ଥିବା ୨୦୦ ବର୍ଷ ପୁରୁଣା ଏକ ଗୁରୁଦ୍ୱାରା କୁ ସେଠାକାର ଶିଖ ସମ୍ପ୍ରଦାୟ ହାତରେ ହସ୍ତାନ୍ତର କରିଛନ୍ତି I ପ୍ରାୟ ୭୩ ବର୍ଷ ପରେ ସେଠାକାର ଶିଖ ମାନେ ସେମାନଙ୍କର ଗୁରୁଦ୍ୱାରା କୁ ପାଇପାରିଛନ୍ତି I
Dawn ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଶିରି ଗୁରୁ ସିଂ ଗୁରଦ୍ୱାରା ସହରର ମଧ୍ୟ ଭାଗରେ ଥିବା ମସଜିଦ ରୋଡ ରେ ଅବସ୍ଥିତ ଏବଂ ଏଠାରେ ୧୯୪୭ ମସିହା ରୁ APWA ବାଳିକା ଉଚ୍ଚ ବିଦ୍ୟାଳୟ କାର୍ଯ୍ୟ କରୁଥିଲା I
ଏହି ସ୍କୁଲ ରେ ପାଠ ପଢ଼ୁଥିବା ଛାତ୍ରୀମାନଙ୍କୁ ଅନ୍ୟ ସ୍କୁଲ ରେ ନାମ ଲେଖାଇବା ପାଇଁ କୁହାଯାଇଛି I
ବେଲୁଚିସ୍ତାନ Sikh Community Committee ର ଅଧ୍ୟକ୍ଷ ସର୍ଦାର ଜସ୍ବୀର ସିଂ ବେଲୁଚିସ୍ତାନ ସରକାର ଙ୍କ ଏହି ନିଷ୍ପତ୍ତି କୁ ସ୍ୱାଗତ କରି କହିଛନ୍ତି, ଶିଖ ସମ୍ପ୍ରଦାୟ କୁ ବେଲୁଚିସ୍ତାନ ସରକାର ଙ୍କ ଏହା ଏକ ଉପହାର I ‘
ବେଲୁଚିସ୍ତାନ ରେ ପ୍ରାୟ ଦୁଇ ହଜାର ଶିଖ ପରିବାର ବସବାସ କରନ୍ତି I
ଏହା ପୂର୍ବରୁ, ଏହି ବର୍ଷ ଫେବୃଆରୀ ମାସରେ, ବେଲୁଚିସ୍ତାନ ସରକାର ଜ଼ହବ ରେ ଥିବା ଗୋଟିଏ ୨୦୦ ବର୍ଷ ପୁରୁଣା ମନ୍ଦିର କୁ ହିନ୍ଦୁ ସମ୍ପ୍ରଦାୟ କୁ ହସ୍ତାନ୍ତର କରିଥିଲେ I

Leave A Reply

Your email address will not be published.