ବେଦାନ୍ତର ନନ୍ଦ ଘର ପରିଯୋଜନା;ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା

0

ଭୁବନେଶ୍ୱର : ଜୁନ ୨୫:ବେଦାନ୍ତର ନନ୍ଦ ଘର ପରିଯୋଜନାରେ ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନରେ ହ୍ୱାଟ୍ସଆପ୍‌ ମାଧ୍ୟମରେ ଗାଁର କୁନି କୁନି ଛୁଆଙ୍କ ପାଇଁ ଇ-ଶିକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଛି । ଏହି ଇ-ଶିକ୍ଷା ପ୍ରଣାଳୀ ମାଧ୍ୟମରେ ୬ବର୍ଷରୁ କମ ବୟସର ଛୁଆଙ୍କ ପାଇଁ କ୍ଷୁଦ୍ର କବିତା, ଘରୋଇ ଳେ-କୁଦ ସହିତ ନୈତିକବୋଧ ଶିକ୍ଷା ପ୍ରଭୃତି ବ୍ୟବସ୍ଥା ରହିଛି । କଳାହାଣ୍ଡି ଜିଲ୍ଲାରେ ୨୫ଟି ନନ୍ଦ ଘରରେ ଅଧ୍ୟୟନରତ ଛୁଆଙ୍କ ପିତାମାତାଙ୍କୁ ନେଇ ଏକ ହ୍ୱାଟ୍ସଆପ୍‌ ଗୃପ ଗଠନ କରାଇ ଅରୁଣିମା ଇ-ଶିକ୍ଷା ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୫୦ଜଣ ଅଭିଭାବକ ଏହି ଗୃପଦ୍ୱାରା ସଂଯୁକ୍ତ ହୋଇଥିବାବେଳେ ସେମାନଙ୍କୁ ନିୟମିତ ଭାବେ ଇ-ଶିକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉଛି, ଯାହାଦ୍ୱାରା ସେମାନେ ପିଲାଙ୍କୁ ଭିଡ଼ିଓ ଦେଖାଇ ପଠନରେ ସହାୟତା କରିପାରିବେ । ସ୍ମାର୍ଟ ଫୋନ୍‌ ନଥିବା ପରିବାରଙ୍କ ପାଇଁ ବେଦାନ୍ତ ଦ୍ୱାରା ଆଇଭିଆରଏସ (ଇଣ୍ଟରଆକଫିଭ ଭଏସ୍‌ ରେସପନ୍ସ ସିଷ୍ଟମ) ବ୍ୟବସ୍ଥା ଆରମ୍ଭ କରାଯାଉଛି । ପୂର୍ଣ୍ଣ ବିକଶିତ ହେବା ପଶ୍ଚାତ, ଏହା ଫିଚର ଫୋନ ଥିବା ପରିବାରଙ୍କୁ ଉପଲବ୍ଧ କରାଇ ଦିଆଯିବ । ଏଥିପାଇଁ ୩୬୪ଜଣ ପରିବାର ଚିହ୍ନଟ ହୋଇଛନ୍ତି । ଏହି ଅବସରରେ ବେଦାନ୍ତ ଗୃପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, କୋଭିଡ-୧୯ ବ୍ୟାପିବା ଯୋଗୁ ସମସ୍ତ ସ୍କୁଲ କଲେଜ ବନ୍ଦ ଅଛି । ଯାହାକି କୋଟି କୋଟି ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଉଛି । ଉଚ୍ଚ ଆୟ ବିଶିଷ୍ଟ ପରିବାର ପାଖରେ ଇଣ୍ଟରନେଟ୍‌ ଏବଂ ଅନ୍ୟ ଟେକ୍‌ନୋଲୋଜି ଥିବାବେଳେ ଗରିବ ପରିବାରମାନେ ବିଶିଷ୍ଟ ପ୍ରଭାବିତ ହେଉଛନ୍ତି । କୋଭିଡ-୧୯ ଯୋଗୁ ଅଙ୍ଗନୱାଡି କେନ୍ଦ୍ର ଗୁଡିତ ବନ୍ଦ ଥିବାରୁ କୁନି କୁନି ଛୁଆଙ୍କ ପାଇଁ ନିରନ୍ତର ଶିକ୍ଷା ଆମ ପାଇଁ ପ୍ରାଥମିକତା । କୌଣସି ଛୁଆ ଯେପରି ଶିକ୍ଷାରୁ ବଞ୍ଚିତ ନହୁଏ ଏହି ଉଦ୍ଦେଶ୍ୟରେ ନନ୍ଦ ଘର ଆରମ୍ଭ କରିଛି ମୋବାଇଲ୍‌ ଫୋନ୍‌ ଯୁକ୍ତ ଇ-ଶିକ୍ଷା ବ୍ୟବସ୍ଥା । ଯଦ୍ୱାରା ଡିଜିଟାଲ-ସ୍ୱୟଂଶିକ୍ଷା ସମସ୍ତଙ୍କ ପାଇଁ ଏକ ଅସିମିତ ସଂସାଧନ ହେବା ସମ୍ଭବପର ହେବ । ବେଦାନ୍ତର ଏହି ଉଦ୍ୟମକୁ ଗୋଲକବନ୍ଧ ନନ୍ଦ ଘରର ଅଙ୍ଗନୱାଡି କର୍ମୀ ସୁଜାତା ଦ୍ୱାରା ପ୍ରସଂଶା କରି କହିଛନ୍ତି ସଂପ୍ରତି ମହାମାରୀ ମଧ୍ୟରେ ବେଦାନ୍ତ ନନ୍ଦ ଘର ଦ୍ୱାରା କୁନି କୁନି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଇ-ଶିକ୍ଷା ବ୍ୟବସ୍ଥା ବିକଶିତ ହୋଇଛି । ଏହାର ବିଷୟବସ୍ତୁ ପ୍ରସ୍ତୁତି ଠାରୁ ଛୁଆଙ୍କ ପାଖରେ ପହଞ୍ଚିବା ପର୍ଯ୍ୟନ୍ତ ବେଦାନ୍ତର ଯୋଗଦାନ ପ୍ରସଂଶନୀୟ । ଅଦ୍ୟାବଧି ଭାରତର ୭ଟି ରାଜ୍ୟରେ ବେଦାନ୍ତ ଦ୍ୱାରା ୧୩୦୦ରୁ ଉଦ୍ଧ୍ୱର୍ ନନ୍ଦ ଘର ନିର୍ମାଣ ସରିଛି । ଏଥିରେ ୧୪ଲକ୍ଷ ଅଙ୍ଗନୱାଡି ମାଧ୍ୟମରେ ୮.୫ କୋଟି ଶିଶୁଙ୍କ ଜୀବନରେ ପରିବର୍ତ୍ତନ ଆଣିବା ନେଇ ଆଶା ରଖିଛି ।

Leave A Reply

Your email address will not be published.