ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା ; ସକାଳେ ବିଦା, ସନ୍ଧ୍ୟାରେ ଗିରଫ ହେଲେ ଆଇଆଇସି ଆନନ୍ଦ ମାଝୀ

ଭୁବନେଶ୍ୱର :ଜୁଲାଇ ୦୧: ସକାଳେ ବହିଷ୍କୃତ, ସନ୍ଧ୍ୟାରେ ଗରିଫ ହେଲେ ଆଇଆଇସି ଆନନ୍ଦ ମାଝୀ । ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ଆଇଆଇସି ଆନନ୍ଦଙ୍କୁ ଡିଜିପି ଅଭୟ ଚାକିରିରୁ ବହିଷ୍କୃତ କରିଛନ୍ତିି । ଅସହାୟ ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍‌ । ଅନୁଗୁଳ ବଇଣ୍ଡା ଅଞ୍ଚଳରୁ ଗିରଫ କରାଯାଇଥିବା ଡିଜିପି କହିଛନ୍ତି ।
ସିଡବ୍ଲì୍ୟସିର ରିପୋର୍ଟ ଅନୁସାରେ, ନାବାଳିକା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କ ଗର୍ଭପାତ କରାଯାଇଥିଲା । ମାର୍ଚ୍ଚ ୨୫ ତାରିଖରେ ଉଦ୍ଧାର ହୋଇଥିବା ନାବାଳିକା ଜଣଙ୍କ ଅଢେଇ ମାସର ଗର୍ଭବତୀ ଥିବା ବେଳେ ଅଭିଯୁକ୍ତ ଥାନା ଅଧିକାରୀ ଆନନ୍ଦ ମାଝୀଙ୍କ ନିର୍ଦ୍ଦେଶକ୍ରମେ ବୀରମିତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତାଙ୍କର ଗର୍ଭପାତ କରାଯାଇଥିଲା । ସେଠାରେ ନାବାଳିକାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା । ଆଉ ସେଠାରେ ହିଁ ସତ ସାମ୍ନାକୁ ଆସିଥିଲା । ଏହି ମାମଲାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମେ ନିଲମ୍ବନ ପରେ ବୁଧବାର ଶ୍ରୀ ମାଝୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ମୁଖ୍ୟ ଅଭିଯୁକ୍ତଙ୍କ ସହିତ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ ଜାରି ରହିଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ଶ୍ରୀ ଅଭୟ କହିଛନ୍ତି ।

Comments are closed.