ବିୟୁଟିସିଆନ୍‌ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ କ୍ରିକେଟର୍‌ ସ୍ବାମୀ ବିରାଟ କୋହଲି ଅନେକ ସମୟରେ ନିଜର ମଜାଦାର ପେ‌ାଷ୍ଟ୍‌ ପାଇଁ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବା ବେଳେ ଏହି ଦମ୍ପତି ଟ୍ବିଟର୍‌ରେ ଏକ କୌତୂକିଆ ଭିଡିଓ ଜାରି କରିଛନ୍ତି। ଅନୁଷ୍କା ତାଙ୍କ ଇନଷ୍ଟା ଆକାଉନ୍ଟରେ ବିରାଟଙ୍କର ଓ ତାଙ୍କର ଏକ ଭିଡିଓ ସେୟାର କରିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଅନୁଷ୍କା ବିରାଟଙ୍କର ଏକ ନୂଆ ହେୟାର୍‌ ଷ୍ଟାଇଲ୍‌(କେଶ ସଜ୍ଜା) କରୁଛନ୍ତି। ବିରାଟ ଭିଡିଓରେ ଚୁପ୍‌ଚାପ୍ ବସିଥିବାର ନଜର ଆସିଛନ୍ତି। ପେସାଦାର୍‌ ବିୟୁଟିସିଆନ୍‌ଙ୍କ ପରି ଅନୁଷ୍କା ହାତରେ କଇଁଚି ଧରି ବିରାଟଙ୍କ କେଶ କାଟୁଥିବାର ଦେଖିବାକୁ ମିଳିଛି ।

Comments are closed.