ବିଶ୍ୱଯୁବ ତୀରନ୍ଦାଜୀ ଚାମ୍ପିୟନସିପ୍‌ର ବିଜେତାଙ୍କୁ ସାକ୍ଷାତ୍‌ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର: ଅଗଷ୍ଟ ୧୮: ପୋଲାଣ୍ଡ ଓରେକ୍ଲାଠାରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଯୁବ ତୀରନ୍ଦାଜୀସିପ୍‌ରେ ଭାରତ ଅନେକ ପଦକ ହାସଲ କରିଛି । ବିଜୟୀ ଭାରତ ଦଳ ୮ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ସମେତ ମୋଟ୍‌ ୧୫ଟି ପଦକ ଜିତି ଦେଶ ପାଇଁ ଗୌରବ ହାସଲ କରିଛି । ସେମାନଙ୍କ ସମ୍ମାନାର୍ଥେ କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ସେମାନଙ୍କୁ ଭେଟି ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହାସହ ବିଜେତାଙ୍କ ସହ ସେ ମତ ବିନିମୟ କରିଛନ୍ତି ।
ସ୍ୱର୍ଣ୍ଣ ପଦକ ବିଜୟୀଙ୍କ ମଧ୍ୟରେ କ୍ୟାଡେର କମ୍ପାଉଣ୍ଡ ମହିଳା ଦଳ, କ୍ୟାଡେଟ କମ୍ପାଉଣ୍ଡ ପୁରୁଷ ଦଳ, କନିଷ୍ଠ ରିଜର୍ଭ ଦଳ, କ୍ୟାଡେଟ ରିଜର୍ଭ ପୁରୁଷ ଦଳ ଏବଂ ଜୁନିଅର ରିଜର୍ଭ ମିକ୍ସ ଦଳ ରହିଥିଲେ । କନିଷ୍ଠ ରିଜର୍ଭ ପୁରୁଷ ମିକ୍ସ ଦଳ ଏବଂ କୋମଳିକା ବାରି ଜୁନିଅର ରିକର୍ଭ ମହିଳା ବ୍ୟକ୍ତିଗତ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ବ୍ୟକ୍ତିଗତ ଓ ମିକ୍ସଡ ଡବଲ୍‌ସ ପ୍ରତିଯୋଗିତାରେ ଦୁଇଟି ସ୍ୱର୍ଣ୍ଣପଦକ ଜିତି ଥିବା କୋମଳିକା ୨୦୧୯ ‘ବିଶ୍ୱ କ୍ୟାଡେଟ ଚାମ୍ପିଅନସିପ’ରେ ମଧ୍ୟ ପଦକ ଜିତିଥିଲେ । ଖେଲୋ ଇଣ୍ଡିଆ କ୍ରୀଡ଼ାରୁ ନିଜ ଖେଳ କ୍ୟାରିଅର ଆରମ୍ଭ କରିଥିବା କୋମଳିକା ଖେଲୋ ଇଣ୍ଡିଆ ୨୦୧୯ , ୨୦୨୦ ଓ ଗତବର୍ଷ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ଅସାଧାରଣ ପ୍ରଦର୍ଶନ କରିଥିଲେ । ସେହିପରି ରୌପ୍ୟ ବିଜେତାଙ୍କ ମଧ୍ୟରେ ପ୍ରିୟା ଗୁଜ୍ଜର ନିଜର ଚମତ୍କାର ଖେଳ ପ୍ରଦର୍ଶନ କରି ଖେଳପ୍ରେମୀଙ୍କୁ ଆକର୍ଷିତ କରିଥିଲେ । ସେ କ୍ୟାଡେଟ କମ୍ପାଉଣ୍ଡ ବ୍ୟକ୍ତିଗତ ଖେଳରେ ବିଜୟୀ ହୋଇଥିଲେ । ସାକ୍ଷୀ ଚୌଧୁରୀ କମ୍ପାଉଣ୍ଡ ଜୁନିଅର ବ୍ୟକ୍ତିଗତ ପ୍ରତିଯୋଗିତାରେ ଚମତ୍କାର ଖେଳ ପଦର୍ଶନ କରି ବିଜୟୀ ହୋଇଥିଲେ । ସେହିପର ବ୍ରୋଞ୍ଜ ଦପକ ବିଜୟୀ ହେଲେ- ପ୍ରଣତୀ କୌର, ରିଷଭ ଯାଦବ, ମଞ୍ଜରୀ ମନୋଜ, ଆଲନ ଏବଂ ବିଶାଲ ଚଙ୍ଗମାଇ ।

Comments are closed.