ବିଶ୍ୱବିଦ୍ୟାଳୟ ଶବ୍ଦର ଅପବ୍ୟବହାର; ୧୨୭ କଲେଜକୁ ୟୁଜିସିର ନୋଟିସ୍‌

ନୂଆଦିଲ୍ଲୀ: ମେ ୨୮:ବିଶ୍ୱବିଦ୍ୟାଳୟ ଶବ୍ଦକୁ ଅପବ୍ୟବହାର ଅଭିଯୋଗରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ୧୨୭ଟି ମହାବିଦ୍ୟାଳୟକୁ ନୋଟିସ ଜାରି କରିଛନ୍ତିି । ସୂଚନା ଅନୁସାରେ ଦେଶର ବିଶ୍ୱବିଦ୍ୟାଳୟ ମାନ୍ୟାତା ପାଇନଥିବା କେତେକ ମହାବିଦ୍ୟାଳୟ ନିଜ ନାମରେ ବିଶ୍ୱବିଦ୍ୟାଳୟ ଶବ୍ଦର ବ୍ୟବହାର କରୁଛନ୍ତି । ତେଣୁ ଏଭଳି ନକରିବା ପାଇଁ ସେମାନଙ୍କୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶିକ୍ଷାନୁଷ୍ଠାନ ଗୁଡିକ ସେମାନଙ୍କର ବିଜ୍ଞାପନ, ଠିକଣା, ଇ-ମେଲ, େୱବସାଇଟ୍‌ ଠିକଣା ଓ ହୋଡିଙ୍ଗସ୍‌ ଆଦିରୁ ବିଶ୍ୱବିଦ୍ୟାଳୟ ଶବ୍ଦକୁ ହଟାଇବା ପାଇଁ କୁହାଯାଇଛି । ଏମାନଙ୍କ ଏକ ତାଲିକା ମଧ୍ୟ ପ୍ରକାଶ ପାଇଛି । ଯଦି ଉକ୍ତ ଅନୁଷ୍ଠାନ ଗୁଡିକ ୟୁଜିସିର ନିୟମ ପାଳନ ନ କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ସତର୍କ କରିଦିଆଯାଇଛି ।

Comments are closed.