ବିଶିଷ୍ଟ ନ୍ୟୁରୋ ସର୍ଜନ ଡାକ୍ତର ସନାତନ ରଥଙ୍କ ପରଲୋକ

ଭୁବନେଶ୍ୱର: ଜୁନ ୦୯:ଓଡ଼ିଶାର ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ପରଲୋକ ହୋଇଛି । କଟକ କନିକା ଛକ ସ୍ଥିତ ବାସଭବନରେ ୮୬ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିମାସ ଧରି ସେ ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡିତ ଥିଲେ । ତାଙ୍କର ପରଲୋକ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ଜଣେ ସ୍ନାୟୁ ବିଶେଷଜ୍ଞ ଭାବରେ ଡା ରଥ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ସୁନାମ ଅର୍ଜନ କରିଥିଲେ । ତାଙ୍କ ଦ୍ୱାରା ବହୁ ବିରଳ ଓ ଜଟିଳ ଅସ୍ତ୍ରପଚାର ସଫଳତାର ସହିତ ସଂପନ୍ନ ହୋଇଛି । ତାଙ୍କର ପରଲୋକରେ ବହୁ ବିଶିଷ୍ଟ ଶୋକ ପ୍ରକାଶ କରିଛନ୍ତି ।

Comments are closed.