ବିଲୁପ୍ତ ପ୍ରାୟ ପଶୁ ‘ଫିଶିିଙ୍ଗ କ୍ୟାଟ୍‌’ର ସନ୍ଧାନ

ଦିଲ୍ଲୀ: ଅଗଷ୍ଟ ୨୬: ଭାରତରୁ ବିଲୁପ୍ତ ପ୍ରାୟ ହୋଇଯାଇଥିବା ‘ଫିଶିଙ୍ଗ କ୍ୟାଟ୍‌’ ମଧ୍ୟପ୍ରଦେଶ ପନ୍ନା ବ୍ୟାଘ୍ର ସଂରକ୍ଷଣରେ ଦେଖାଯାଇଛି । ଏହି ବିଲୁପ୍ତ ପ୍ରାୟ ପଶୁର ସନ୍ଧାନ ମିଳିବା ପରେ ରାଜ୍ୟ ବନ୍ୟ ବିଭାଗର ଅଧିକାରୀ ଏହାର ଅଧିକ ସନ୍ଧାନରେ ଲାଗିପଡ଼ିଛନ୍ତି । ପୂର୍ବରୁ ଏହି ପ୍ରଜାତିର ପଶୁ ପନ୍ନା ବ୍ୟାଘ୍ର ସଂରକ୍ଷଣର ମଧ୍ୟ ଭାଗରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହେଉଥିବା କେନ୍‌ ନଦୀ ପାଖରେ ଦେଖାଯାଇଥିବାର ସୂଚନା ରହିଥିଲା । କିନ୍ତୁ ଏହାର କୌଣସି ସଠିକ୍‌ ପ୍ରମାଣ ନଥିଲା । ବର୍ତ୍ତମାନ ଏହି ଏହି ବିଲୁପ୍ତ ହେବାକୁ ଯାଉଥିବା ପଶୁର ଫଟୋ ମିଳିବା ପରେ ପଶୁପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଯାଇଛି । ଏହି ପ୍ରଜାତିର ପଶୁ ଜଳାଶ୍ରୟ ପାଖରେ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କ ବିଶେଷତ୍ୱ, ହେଲା ଏମାନେ ବହି ଯାଉଥିବା ପାଣିରେ ଭଲ ଶିକାର କରିପାରନ୍ତି । ଭାରତୀୟ ବନ ସୁରକ୍ଷା ଆଇନ ୧୯୭୨ର କାର୍ଯ୍ୟସୂଚୀ-୧ ଅନୁସାରେ, ଫିସଙ୍ଗ କ୍ୟାଟ୍‌ ଶିକାର କରିବା ନିଷେଧ । ବନ ବିଭାଗ ଅଧିକାରୀ କହିଛନ୍ତି, ଏହି ପଶୁ ଉପରେ ଅନୁସନ୍ଧାନ ଏବଂ ଅଧ୍ୟୟନ କରିବାକୁ ଆଗ୍ରହୀ ଜୀବବିଜ୍ଞାନୀ ଏଠାକୁ ଆସି ଅଧ୍ୟୟନ କରିପାରିବେ । ଆଗାମୀ ସମୟରେ ବନ୍ୟଜନ୍ତୁ ସହିତ ଫିସିଙ୍ଗ କ୍ୟାଟ୍‌ ମଧ୍ୟ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇପାରିବ ।

Comments are closed.