ବିପଦକୁ ଖାତିର ନକରି ଲୋକଙ୍କ ସେବାରେ କନ୍ଧମାଳ ଟିମ ହ୍ୟୁମାନିଟି

ରିପୋର୍ଟ: ସନ୍ତୋଷ ମିଶ୍ର

ଫୁଲବାଣୀ: ଅଗଷ୍ଟ ୨୭: ଆଜି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ସମଗ୍ର ଜିଲ୍ଲାବାସୀ ହଇରାଣ ହରକତ ହୋଇଛନ୍ତି । ଗୋଟିଏ ପଟରେ ପ୍ରବଳ ବର୍ଷା ସାଙ୍ଗକୁ ଅନ୍ୟ ପଟରେ କରୋନାର ବିପଦ । ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ କଟକଣା ରହିଥିଲେ ମଧ୍ୟ ବର୍ଷା ଯୋଗୁଁ ଲୋକେ ସକାଳୁ ସେମାନଙ୍କର ଜରୁରୀ କାର୍ଯ୍ୟରେ ମଧ୍ୟ ଘରୁ ବାହାରିବାକୁ ଭୟଭୀତ ହୋଇଛନ୍ତି । ଏଣେ ଜିଲ୍ଲାର ବିଭିନ୍ନ ବ୍ଳକରେ ମାତ୍ରାଧିକ ବର୍ଷା ଯୋଗୁଁ ଜିଲ୍ଲରେ ବିଭିନ୍ନ ନଦୀର ଜଳସ୍ତର ଉପରକୁ ଉଠିବାସହିତ ଫୁଲବାଣୀରେ ଥିବା ସାଲୁଙ୍କୀ ନଦୀର ପାଣିରେ ପ୍ରବଳ ପାଣି ଯୋଗୁଁ ନଦୀର ଉଭୟ କୁଳରେ ଥିବା ଜନବସତିରେ ପାଣି ପଶିବାର ଭୟ ଥିଲା । ଅନ୍ୟ ପକ୍ଷରେ ବର୍ଷା ପାଣି ଫୁଲବାଣୀର ନଦୀ ଖଣ୍ଡି ସାହିରେ ଥିବା କିଛି ସରକାରୀ କ୍ୱାଟରରେ ପାଣି ପଶିବାରୁ ଲୋକଙ୍କର ଲୋକେ ଅଗ୍ନିଶମ ବିଭାଗର ସହାୟତା ମଧ୍ୟ ନେଇ ଥିଲେ । ଜିଲ୍ଲାରେ କାର୍ଯ୍ୟ କରୁଥିବା ଟିମ ହ୍ୟୁମାନିଟିର ସଦସ୍ୟ ମାନେ ମଧ୍ୟ ଲୋକଙ୍କର ସହାୟତା ପାଇଁ କରୋନା ସଂକ୍ରମଣର ବିପଦକୁ ଖାତିର ନକରି ବାହାରିଥିଲେ ଲୋକଙ୍କର ସହାୟତା ପାଇଁ ଟିମର ଆବାହକ ଭି ଲୋକନାଥ ରାଜୁଙ୍କ ନେତୃତ୍ୱରେ ସ୍ଥନୀୟ ନଦିଖଣ୍ଡି ସାହି ଏବଂ ଅରବିନ୍ଦ ନଗରରେ ଅଗ୍ନିଶମ ବିବାଗର କର୍ମଚାରୀ ମାନଙ୍କର ସହିତ କାନ୍ଧରେ କାନ୍ଧ ମିଳାଇ ସେମାନଙ୍କ ସହାୟତା କରିଛନ୍ତି । ଲୋକଙ୍କ ଘରେ ପଶିଥିବା ବର୍ଷା ପାଣିକୁ ପମ୍ପ ଯୋଗେ ବାହାର କରିଥିଲେ । ସେଥିପାଇଁ ଟିମର ସଦସ୍ୟ ମାନଙ୍କୁ ଲୋକେ ସାଧୁବାଦ ପ୍ରଦାନ କରିଛନ୍ତି । ସୁଚନା ଯୋଗ୍ୟ ଟିମ ହ୍ୟୁମାନିଟି ଫୁଲବାଣୀ ସମେତ ଜିଲ୍ଲର ଟିକାବାଲି,ଫିରିଙ୍ଗିଆ ଏବଂ ଜିଲ୍ଲର ଅନ୍ୟାନ୍ୟ ଅଂଚଳରେ ସଂଗଠିତ ହୋଇ ବିଭିନ୍ନ ସଡକ ଦୁର୍ଘଟଣାବେଳେ ଲୋକଙ୍କୁ ଉଦ୍ଧାର କରିବା ସହିତ ରକ୍ତଦାନ କ୍ଷେତ୍ରରେ ଏବଂ ସ୍ନେକ ହେଲ୍ପଲାଇନର ସଦସ୍ୟ ମାନେ ମଧ୍ୟ ଲୋକଙ୍କ ଘରେ ପଶିଥିବା ସାପ ଗୁଡିକୁ ଧରି ଜଙ୍ଗଲରେ ଛାଡିଚାସହିତ ଲୋକଙ୍କୁ ବିଶଧର ସାପ ଭୟରୁ ମୁକ୍ତ କରିବା ସହ ସାପମାନଙ୍କୁ ଜଙ୍ଲରେ ଛାଡି ପରିବେଶର ମଧ୍ୟ ସୁରକ୍ଷା କରୁଛନ୍ତି ।

Comments are closed.