ବିନା ଲକ୍ଷଣ ଥିବା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇପାରିବେ : ମୁଖ୍ୟ ସଚିବ

ଭୁବନେଶ୍ୱର : ଜୁଲାଇ ୧୩:ଏଣିକି ଘରେ ରହି ଚିକିତ୍ସିତ ହୋଇପାରିବେ କରୋନା ଆକ୍ରାନ୍ତ ! ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ଘରେ ରହି ଚିକିତ୍ସା କରାଯିବା ଉପରେ ସରକାର ନିଷ୍ପତ୍ତି ନେବାକୁ ଯାଉଛନ୍ତି । ତେବେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସହରାଞ୍ଚଳରେ ବିନା ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କୁ ହୋମ୍‌ ଆଇସୋଲେସନ ପାଇଁ ଅନୁମତି ସୁବିଧା ଦିଆଯିବ । ଏଣିକି ସର୍ତମୂଳକ ଭାବେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀ ଘରେ ରହି ଚିକିତ୍ସା ହୋଇପାରିବେ । ୧୧୪ ପୌରାଞ୍ଚଳ, ବ୍ଲକ ହେଡ କ ୍ୱାଟର, ଜିଲ୍ଲା ହେଟ କ ୍ୱାଟରରେ ସର୍ତ୍ତ ସହ ଘରେ ରହିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରାଥମିକ ସ୍ତରରେ ଏହା ସହରାଞ୍ଚଳରେ ଲାଗୁ ହେବ । ତେବେ ଯେଉଁମାନଙ୍କର ଅଲଗା ଘର, ଏବଂ ଅଲଗା ଲାଟିନ୍‌ ବାଥରୁମ୍‌ ରହିଥିବ ସେମାନଙ୍କୁ ଏହି ସୁବିଧା ପାଇଁ ଅନୁମତି ମିଳିବ । ତେବେ ଘରେ ରହିଥିବା ଆକ୍ରାନ୍ତଙ୍କ ସବୁ ସୁବିଧା ସରକାର ବୁଝିବେ । ପିପିଇ କିଟ୍‌ ଠାରୁ ଔଷଧ ଏବଂ ଖାଦ୍ୟ କଥା ମଧ୍ୟ ସରକାର ବୁଝାସୁଝା କରିବେ । ହୋମ୍‌ ଆଇସୋଲେନରେ ରହୁଥିବା ବ୍ୟକ୍ତିଙ୍କ ଘରେ ଜଣେ ଲୋକ ସରକାରଙ୍କ ସହ ସମ୍ପର୍କରେ ରହିବେ । ଆଉ ସବୁ ସୁବିଧା ଘରେ ପହଞ୍ଚାଇ ଦିଆଯିବ ବୋଲି ମୁଖ୍ୟ ସଚିବ ସୂଚନା ଦେଇଛନ୍ତି ।

Comments are closed.