ବିନା ଡ୍ରେସ କୋଡରେ ଶିବ ଲିଙ୍ଗ ଛୁଇଁବା ମନା ହେବ

ବାରଣାସୀ: ଏଣିକି ପୁରୁଷ ଧୋତି ଗାମୁଛା ଓ ମହିଳା ଶାଢ଼ୀ ପିନ୍ଧି ନ ଆସିଲେ ଆଉ ଶିବ ଲିଙ୍ଗକୁ ସ୍ପର୍ଶ କରି ପାରିବେ ନାହିଁ । ଏମିତି କିଛି ନୂଆ ନିୟମ ଆଣିବାକୁ ଚିନ୍ତା କରୁଛି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର ପ୍ରଶାସନ । ଦୈନିକ ଏହି ମନ୍ଦିରରେ ଭକ୍ତ ମାନଙ୍କୁ ଜ୍ୟୋତିର୍ଲିଙ୍ଗକୁ ସ୍ପର୍ଶ କରି ପ୍ରାଥନା ନିମନ୍ତେ ମାତ୍ର ୨ ରୁ 3 ଘଣ୍ଟା ସମୟ ଦିଆଯାଇଥାଏ । ୧୨ ମାସ ମଧ୍ୟରୁ କେବଳ ଶ୍ରାବଣ ମାସରେ ସ୍ପର୍ଶ ଦର୍ଶନ ବନ୍ଦ ରଖା ଯାଇଥାଏ । ଯୋଗୀ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମୀୟ ବ୍ୟାପାର ବିଭାଗର ସ୍ୱାଧୀନ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱରେ ଥିବା ନୀଳକଣ୍ଠ ତିୱାରୀ ଏ ନେଇ ବିଦ୍ୱତ ପରିଷଦର ପରାମର୍ଶ ଲୋଡିଛନ୍ତି । ରବିବାର ଏ ସମ୍ବନ୍ଧରେ ମନ୍ତ୍ରୀ, ଉପଖଣ୍ଡ କମିଶନର ଓ ବିଦ୍ୱତ ପରିଷଦଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୦୦ ବର୍ଷ ଧରି ଚାଲିଆସୁଥିବା ସ୍ପର୍ଶ ଦର୍ଶନକୁ ଭକ୍ତ ମାନଙ୍କ ପାଇଁ ଅଧିକ ସୁଗମ କରିବା ପାଇଁ ସମୟ ବଢାଇବା ସହିତ ବିଦ୍ୱତ ପରିଷଦର ପରାମର୍ଶ ନେଇ ତୁରନ୍ତ ଡ୍ରେସ କୋଡ଼ ଲାଗୁ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

Comments are closed.