ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ

0

ଭୁବନେଶ୍ୱର : ଜୁନ ୧୭:ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କର ବୁଧବାର ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପ୍ରକାଶ । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଯକୃତ ଜନିତ ସମସ୍ୟାରେ ସେ ପୀଡିତ ଥିଲେ । ବାଲେଶ୍ୱର ସଦର ବିଧାୟକ ଥିଲେ । ବିଜେପି ଟିକେଟ୍‌ରେ ଲଢି ଜିତିଥିଲେ । ଖୁବ୍‌ କମ୍‌ ଦିନ ମଧ୍ୟରେ ଖୁବ୍‌ ଲୋକପ୍ରିୟ ହୋଇ ପାରିଥିଲେ । ତାଙ୍କ ମୃତ୍ୟୁରେ ଶୋକର ଛାୟା ଖେଳି ଯାଇଛି । ଶ୍ରୀ ଦତ୍ତଙ୍କ ବିୟୋଗରେ ବିଜେପି କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ରାଜ୍ୟର ବହୁ ବିଶିଷ୍ଟ ନେତା ଶ୍ରୀ ଦତ୍ତଙ୍କ ବିୟୋଗରେ ଶୋକ ପ୍ରକଟ କରିଛନ୍ତି ।

Leave A Reply

Your email address will not be published.