ବିଗ୍‌ ବିଙ୍କ କବିତା ପାଠ

0

ପରଦାରେ ବିଗ୍‌ ବିଙ୍କ କବିତା ଆବୃତ୍ତି
ଦୀର୍ଘ ୪୦ ବର୍ଷ ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ପରଦାରେ କବିତା ପାଠ କରୁଥିବା ନଜର ଆସିବେ । ଏହାପୂର୍ବରୁ କଭି କଭି ଏବଂ ସିଲ୍‌ସିଲା ପରି ଫିଲ୍ମରେ ଅମିତାଭ ବଚ୍ଚନ ନିଜ ସ୍ୱରରେ ଯେତେବେଳେ କବିତା ପଢ଼ିଥିଲେ ସେତେବେଳେ ଶ୍ରୋତାମାନେ ଏହାକୁ ଖୁବ ପସନ୍ଦ କରିଥିଲେ । ଆଉ ଏବେ ପୁଣି ଥରେ ଦର୍ଶକଙ୍କୁ ଏହି ସୁଯୋଗ ମିଳିବାକୁ ଯାଉଛି । ଖୁବଶୀଘ୍ର ଅମିତାଭ ତାଙ୍କ ଆଗାମୀ ରହସ୍ୟ ରୋମାଞ୍ଚକରେ ଭରପୂର ଥ୍ରୀଲର ଫିଲ୍ମ ଚେହେରେରେ କବିତା ପାଠ କରୁଥିବା ଦେଖିବାକୁ ମିଳିବ । ଏହି କବିତାକୁ ଫିଲ୍ମର ନିର୍ଦ୍ଦେଶକ ରୁମି ଜାଫରି ଲେଖିଛନ୍ତି । ଫିଲ୍ମର ନିର୍ମାତା ଆନନ୍ଦ ପଣ୍ଡିତ ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହି କବିତାକୁ ଅମିତାଭ ହିଁ ଗାଇବେ କାରଣ ସେ ଜଣେ ନିଖୁଣ କଳାକାର । ତେଣୁ ସେ ସମସ୍ତ କାମକୁ ନିଷ୍ଠାର ସହ କରନ୍ତି । କେବଳ ସେତିକି ନୁହେଁ ଅମିତାଭଙ୍କୁ କବିତା ଆବୃତ୍ତି କରୁଥିବାର ଦେଖିବାକୁ ବହୁତ ଉତ୍ସାହିତ ବୋଲି ଆନନ୍ଦ କହିଛନ୍ତି । ତେବେ କବିତା ସହ ବିଗ୍‌ ବିଙ୍କ ପୁରୁଣା ସମ୍ପର୍କ ଯୋଡ଼ି ହୋଇରହିଛି । ତାଙ୍କର ବାପା ହରିବଂଶ ରାୟ ବଚ୍ଚନ ହିନ୍ଦୀର ମହାନ କବି ମଧ୍ୟରେ ଗଣାଯାଉଥିଲେ । ଫିଲ୍ମ ଚେହେରେ ପୂର୍ବରୁ ଅମିତାଭ ବଚ୍ଚନ ସାହିର ଲୁଧିୟାନବି ଏବଂ ଜାଭେଦ ଅଖତରଙ୍କ କବିତାକୁ ନିଜ ଫିଲ୍ମ କଭି କଭି (୧୯୭୬) ଏବଂ ସିଲ୍‌ସିଲା (୧୯୮୧)ରେ ପାଠ କରିଥିଲେ ।

Leave A Reply

Your email address will not be published.