ବିକ୍ରୁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନାଟକୀୟ ଢଙ୍ଗରେ ବେକରେ ପ୍ଲାକାର୍ଡ ପିନ୍ଧି ଆତ୍ମସମର୍ପଣ କରିଛି

କାନପୁର: ଅଗଷ୍ଟ ୯: ବିକ୍ରୁ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନିଜ ବେକରେ ପ୍ଲାକାର୍ଡ ପିନ୍ଧି ଶନିବାର ଦିନ ଚୋୖବେପୁର ପୋଲିସ ଷ୍ଟେସନରେ ହାଜର ହୋଇଥିଲା । ଜୁଲାଇ ୩ ତାରିଖରେ ହେଇଥିବା ବିକ୍ରୁ ହତ୍ୟାକାଣ୍ଡ ରେ ଆଠ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା । ସେହି ଘଟଣାର ଅଭିଯୁକ୍ତ ଉମାକାନ୍ତ ଶୁକ୍ଲା ନାଟକୀୟ ଢଙ୍ଗରେ ବେକରେ ପ୍ଲାକାର୍ଡ ପିନ୍ଧି ପୋଲିସ ଷ୍ଟେସନରେ ପହଞ୍ଚିଥିଲା ଏବଂ ବିକ୍ରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସ୍ୱୀକାର କରି ଅପରାଧ ପାଇଁ କ୍ଷମା ମାଗିଥିଲେ।
ତା ସହ ଆସିଥିବା ତାର ପରିବାରର ସଦସ୍ୟମାନେ ତା ଜୀବନ ରକ୍ଷା କରିବାକୁ ପୋଲିସ ନିକଟରେ ନିବେଦନ କରିଥିଲେ।
ୟୁପି ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଏବଂ କାନପୁର ପୋଲିସ ଜୁଲାଇ ୩ ତାରିଖ ଘଟଣା ପରଠାରୁ ଉମାକାନ୍ତଙ୍କୁ ଖୋଜୁ ଥିଲେ ।
ଶନିବାର ରାତିରେ କାନପୁର ପୋଲିସ ଏକ ପ୍ରେସ ବିଜ୍ଞପ୍ତିରେ ଦାବି କରିଛି ଯେ’ ଉମାକାନ୍ତ କୁ ଧରିବା ପାଇଁ ପୋଲିସ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ raid କରାଯିବା ଦ୍ୱାରା ଚାପରେ ବ୍ୟତିବ୍ୟସ୍ତ ହେଇ ସେ ଆତ୍ମସମର୍ପଣ କରିଛି ।
ପଚରାଉଚରା ବେଳେ ସେ ସ୍ୱୀକାର କରିଛି ଯେ’ ବିକାଶ ଦୁବେ ଏବଂ ତାର ସହଯୋଗୀ ଅମର ଦୁବେ, ଅତୁଲ ଦୁବେ, ପ୍ରେମ କୁମାର, ପ୍ରଭାତ ମିଶ୍ରଙ୍କ ସହ ସେ ପୋଲିସ୍ ପାର୍ଟି ଉପରେ ଗୁଳି ଚଳାଇଥିଲା ।

ପୋଲିସର ନିର୍ମମ ହତ୍ୟା ପାଇଁ ସେ ନିଜେ ଦୋଷୀ ବୋଲି ସ୍ୱୀକାର କରିଛି ।

ଜୁଲାଇ ୧୦ ତାରିଖରେ ରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିବା ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେ ଜଣେ ‘ଅସୁର’ ଏବଂ ‘ଆତଙ୍କ’ ଥିଲା ବୋଲି ସେ କହିଛି ।
ଉମାକାନ୍ତ ଶୁକ୍ଲା ବର୍ତ୍ତମାନ ପର୍ଯ୍ୟନ୍ତ ଗିରଫ ହୋଇଥିବା କିମ୍ବା ଆତ୍ମସମର୍ପଣ କରିଥିବା ନଅ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ। ଅବଶିଷ୍ଟ ୬ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ଚେଷ୍ଟା ଚାଲିଛି ।
ଏହାପୂର୍ବରୁ ବିକାଶ ଦୁବେ ର ସହଯୋଗୀ ଦିନା ଶଙ୍କର ଅଗ୍ନିହୋତ୍ରୀ, ଶ୍ୟାମୁ ବାଜପାଇ, ଜାହାନ ଯାଦବ, ଶଶିକାନ୍ତ, ମୋନୁ ଏବଂ ଶିବମ ଦୁବେଙ୍କ ସମେତ ବିକାଶ ଦୁବେଙ୍କ ଅନେକ ସହାୟକ ୟୁପି ଏସଟିଏଫ କିମ୍ବା କାନପୁର ପୋଲିସ ଦ୍ୱାରା ଗିରଫ ହୋଇଥିବାବେଳେ ଗୋପାଳ ସାଇନି କାନପୁର ଦେହତର ଏକ ସ୍ୱତନ୍ତ୍ର କୋର୍ଟରେ ଆତ୍ମସମର୍ପଣ କରିଛି । ଜୁଲାଇ ୩ ତାରିଖରୁ ୬ ଜଣ ଅଭିଯୁକ୍ତ ବିକାଶ ଦୁବେ, ପ୍ରଭାତ ମିଶ୍ର, ଅମର ଦୁବେ, ବାଉନ୍ ଦୁବେ, ପ୍ରେମ କୁମାର ପାଣ୍ଡେ ଏବଂ ଅତୁଲ ଦୁବେ ର ଅଲଗା ଅଲଗା ଏନକାଉଣ୍ଟରରେ ପୋଲିସ ଗୁଳି ରେ ମୃତ୍ୟୁ ହେଇଛି ।

Comments are closed.