ବିଏମ୍‌ସିର ନୂଆ ମାର୍ଗଦର୍ଶିକା; ହସ୍ପିଟାଲ କର୍ମଚାରୀଙ୍କ ହେବ କରୋନା ଟେଷ୍ଟ

ଘରକୁ ଗଲେ ନେଗେଟିଭ ରିର୍ପୋଟ ଜରୁରୀ ନିଯୁକ୍ତ ହେବେ ଜଣେ ନୋଡାଲ ଅଧିକାରୀ ବସ୍ତିରେ ରହୁଥିବା କର୍ମଚାରୀଙ୍କ ତଥ୍ୟ ପ୍ରସ୍ତୁତ କର

0

ଭୁବନେଶ୍ୱର : ଜୁନ ୨୯:ରାଜଧାନୀର ବସ୍ତି ପାଇଁ ପ୍ରଶାସନର ଚିନ୍ତା ବଢ଼ିଛି । ବିଭିନ୍ନ ବସ୍ତିିରୁ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଏବେ ବିଏମ୍‌ସିର ନିଦ ହଜାଇଛି । ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମରେ କାର୍ଯ୍ୟରତ କର୍ମଚାରୀଙ୍କ ଏବେ କରୋନା ଟେଷ୍ଟ ହେବ । ଏହାର ତଦାରଖ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ବିଏମ୍‌ସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି ।
ବିଏମ୍‌ସି ଅଞ୍ଚଳରେ ୪୦୦ରୁ ଊଦ୍ଧ୍ୱର୍ ବସ୍ତି ରହିଛି । ଏହି ବସ୍ତିର ପରିସୀମା ଅନୁସାରେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ବହୁ ଅଧିକ । ତେଣୁ ଏଠାରେ କରୋନା ଭୂତାଣୁ ବ୍ୟାପିବାର ଭୟ ରହିଛି । ଏହାକୁ କାବୁ କରିବାରେ ପ୍ରଶାସନ ବିଫଳ ହୋଇପାରେ । ଭୁବନେଶ୍ୱରରେ ସପ୍ତାହ ଭିତରେ ବସ୍ତିରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇଛି । ଏହିସବୁ ବସ୍ତିରେ ସଂକ୍ରମଣ ବଢ଼ିବା ପଛର କାରଣ ହେଉଛି, ଘରୋଇ ହସ୍ପିଟାଲ କିଛି କର୍ମଚାରୀ ବସ୍ତିରେ ରୁହନ୍ତି । ଏହି କର୍ମଚାରୀମାନେ ସଂକ୍ରମଣ ହେବାରୁ ତାଙ୍କ ସଂସ୍ପର୍ଶରେ ଆସୁଥିବା ସ୍ଥାନୀୟ ବ୍ୟକ୍ତି ବି ସଂକ୍ରମିତ ହେଉଛନ୍ତି । ଯାହାଫଳରେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି । ଏହାକୁ ରୋକ ଲାଗାଇବାକୁ ଯାଇ ବିଏମ୍‌ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମରେ କାର୍ଯ୍ୟରତ କେଉଁ କର୍ମଚାରୀ ବସ୍ତିରେ ବସବାସ କରୁଛନ୍ତି ସେମାନଙ୍କ ତଥ୍ୟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଯେଉଁ କର୍ମଚାରୀମାନେ ବସ୍ତିରୁ ଆସି ହସ୍ପିଟାଲରେ କାର୍ଯ୍ୟ କରନ୍ତି, ସେମାନଙ୍କୁ ୧୪ ଦିନ ପାଇଁ ରହିବାର ବ୍ୟବସ୍ଥା କରିବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି । ସେମାନେ ୧୪ ଦିନ ପରେ ଡୁ୍ୟଟି ସାରି ଘରୁ ଫେରିବା ସମୟରେ କରୋନା ପରୀକ୍ଷା ନିହାତି ଆବଶ୍ୟକ । କର୍ମଚାରୀଙ୍କ ରିର୍ପୋଟ ନେଗେଟିଭ ଆସିଲେ ହିଁ ସେମାନେ ବସ୍ତିରେ ପ୍ରବେଶ କରିପାରିବେ । ଏହିସବୁ କାର୍ଯ୍ୟକୁ ପରିଚାଳନା କରିବା ଲାଗି ଜଣେ ନୋଡାଲ ଅଫିସର ନିଯୁକ୍ତି ପାଇବେ ।

Leave A Reply

Your email address will not be published.