ବିଏମ୍‌ସରେ କୋକୁଆ ଭୟ: ପ୍ଲାନିଂ ବିଭାଗ ସିଲ୍‌: ଅଫିସ ସାନିଟାଇଜ ହେଲା

କର୍ମଚାରୀ ଗଲେ କ୍ୱାରେଣ୍ଟାଇନ ଅନ୍ୟ ବିଭାଗକୁ ବନ୍ଦ ଦାବି

ଭୁବନେଶ୍ୱର(ସବୁ୍ୟ): ବିଏମ୍‌ସିରେ କରୋନାକୁ ନେଇ କୋକୁଆ ଭୟ । ବିଭିନ୍ନ ବିଭାଗରେ ଏହାକୁ ନେଇ ଆଲୋଚନା ବି ଆରମ୍ଭ ହୋଇଛି । ଦୁଇଦିନ ହେବ ପ୍ଲାନିଂ ବିଭାଗ ବନ୍ଦ ଏବଂ ସାନିଟାଇଜ ହେବା ନେଇ କର୍ମଚାରୀଙ୍କ ମହଲରେ ସନ୍ଦେହ ଦୃଢ଼ିଭୂତ ହେଉଛି ।
କଳ୍ପନା ସ୍ଥିତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଜଣେ କର୍ମଚାରୀଙ୍କୁ କରୋନା ଲକ୍ଷଣ ଦେଖାଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । କିଛିଦିନ ହେବ ଉକ୍ତ କର୍ମଚାରୀ ଜଣଙ୍କୁ ଛିଙ୍କ ଓ କାଶ ହେଉଥିଲା । ସେ ୧୦୪କୁ କଲ କରିବା ସହିତ ଡାକ୍ତରଙ୍କ ପରାମର୍ଶ ନେଇ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଔଷଧ ମଧ୍ୟ ସେବନ କରୁଛନ୍ତି । ସେହି କର୍ମଚାରୀଙ୍କ ନମୂନା ସଂଗ୍ରହ କରାଯାଇ ଟେଷ୍ଟ ପାଇଁ ପଠାଯାଇଛି । ରିର୍ପୋଟ ଆସିବା ପରେ ତାହା ସ୍ପଷ୍ଟ ହୋଇଯିବ ।
ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ କେବଳ ପ୍ଲାନିଂ ବିଭାଗ ବନ୍ଦ ନକରି ସମଗ୍ର ଅଫିସକୁ ବନ୍ଦ କରିବା ପାଇଁ କର୍ମଚାରୀମାନେ ଦାବି କରିଛନ୍ତି । ସେମାନଙ୍କର କହିବା କଥା କରୋନା ଲକ୍ଷଣ ଥିବା କର୍ମଚାରୀ ଜଣଙ୍କ କାର୍ଯ୍ୟାଳୟର ବିଭିନ୍ନ ବିଭାଗକୁ ଯାଇଛନ୍ତି ଓ ଅଫସି ପରିସରରେ ବୁଲାବୁଲି କରିଛନ୍ତି । ତେଣୁ କେବଳ ପ୍ଲାନିଂ ବିଭାଗକୁ ବନ୍ଦ କଲେ କିଛି ଲାଭ ହେବନି । ସମ୍ପୂର୍ଣ୍ଣ ରୂପେ ବିଏମ୍‌ସି ଅଫିସ ସାନିଟାଇଜ କରିବାକୁ ସେମାନେ ମତ ଦେଇଛନ୍ତି ।

Comments are closed.