ବାୟୋପିକ୍‌ କରିବାକୁ ଚାହାଁନ୍ତି ଆୟୁଷ୍ମାନ୍

ବଲିଉଡ୍‌ର ୟଙ୍ଗ୍ ଆକ୍ଟର ଆୟୁଷ୍ମାନ୍‌ ଖୁରାନାଙ୍କ ସଫଳତା ଆକାଶ ଛୁଇଁବାକୁ ଲାଗିଲାଣି। ଏକ ଟେଲିଭିଜନ୍‌ ରିଆଲିଟି ଶୋ’ରୁ କ୍ୟାରିୟର ଆରମ୍ଭ କରିଥିବା ଏହି ସାଧାରଣ ଯୁବକ ଆଜି ବଲିଉଡ୍‌ ଓ ଭାରତୀୟଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ଆୟୁଷ୍ମାନ୍‌ ଏବେ ଲଗାତାର୍‌ ଭାବେ ହିଟ୍‌ ଫିଲ୍ମ ଦେଉଛନ୍ତି। ସେ ସବୁବେଳେ ଚ୍ୟାଲେଞ୍ଜିଂ ରୋଲ୍‌ରେ ଅଭିନୟ କରନ୍ତି। ତେବେ ସେ ଏକ ବାୟୋପିକ୍‌ କରିବାକୁ ଚାହୁଁଛନ୍ତି।ଆୟୁଷ୍ମାନ୍‌ କହିଥିଲେ ଯେ ସୁଯୋଗ ମିଳିଲେ ସେ ପ୍ରସିଦ୍ଧ ଗାୟକ ତଥା ଅଭିନେତା କିଶୋର କୁମାରଙ୍କ ବାୟୋପିକ୍‌ କରିବାକୁ ଚାହିଁବେ। ସେ କହିଥିଲେ, “ମୁଁ ଜଣେ ଗାୟକ ଓ ମୋର ସବୁଠୁ ପ୍ରିୟ ଗାୟକ ହେଉଛନ୍ତି କିଶୋର କୁମାର। ତାଙ୍କ ଗୀତ ଶୁଣି ଶୁଣି ବଡ଼ ହୋଇଛି। ଯଦି କେବେ ସୁଯୋଗ ମିଳେ ମୁଁ ତାଙ୍କ ବାୟୋପିକ୍‌ କରିବାକୁ ଚାହିଁବି।ଆଗକୁ ସେ ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ସହ ଫିଲ୍ମ ‘ଗୁଲାବୋ ସୀତାବୋ‘ରେ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଏପ୍ରିଲ୍ ୧୭ ତାରିଖରେ ରିଲିଜ୍ ହେବ।

Comments are closed.