ବାଲେଶ୍ୱରରେ ପହଞ୍ଚିଲା ଗୁଜୁରାଟ ପ୍ରବାସୀ ଓଡିଆଙ୍କୁ ନେଇ ଆସିଥିବା ଟ୍ରେନ; ବାଲେଶ୍ୱର ଓ ମୟୁରଭଞ୍ଜର ୭୧୬ ଶ୍ରମିକ ଫେରିଲେ

By Papu Mohanty

ଭୁବନେଶ୍ୱର : May 13:ବୁଧବାର ଟ୍ରେନ ଯୋଗେ କିଛି ପ୍ରବାସୀ ଓଡିଆ ଓଡିଶା ଫେରିଛନ୍ତି । ଏମାନଙ୍କୁ ନେଇ ଗୁଜୁରାଟରୁ ଆସିଥିବା ଟ୍ରେନ ବାଲେଶ୍ୱରରେ ପହଞ୍ଚିଛି । ଏଥିରେ ୭୧୬ ଜଣ ପ୍ରବାସୀ ଓଡିଆ ଅଛନ୍ତି । ସମସ୍ତଙ୍କ ଘର ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ । ଷ୍ଟେସନରେ ପହଞ୍ଚିବା ପରେ ଏହି ପ୍ରବାସୀମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ବସ ମାଧ୍ୟମରେ ସେମାନଙ୍କ ଅଞ୍ଚଳରେ ଥିବା କ୍ୱାରେଣ୍ଟଟାଇନ୍‌ ସେଣ୍ଟରକୁ ପଠାଯାଇଛି । ଏମାନଙ୍କ ଆଗମନ ପାଇଁ ବାଲେଶ୍ୱର ରେଳଷ୍ଟେସନ ଠାରୁ ୫ ଶହ ମିଟର ଅଂଚଳରେ କର୍ଫ୍ୟୁ ଜାରି କରାଯାଇଥିଲା ।

Comments are closed.