ବାଲି ମାଫିଆଙ୍କ ସହ ଡିଲ୍; ନିଲମ୍ବିତ ହେଲେ ବେତନଟୀ ତହସିଲଦାର

0

ଭୁବନେଶ୍ୱର : ଜୁଲାଇ ୨୬ : ମହଙ୍ଗା ପଡିଲା ବାଲି ମାଫିଆଙ୍କ ସହ ଡିଲ୍‌ । ନିଲମ୍ବିତ ହେଲେ ବେତନଟିର ପୂର୍ବତନ ତହସିଲଦାର ଅନିଶା ଦାସ । ତାଙ୍କୁ କଳାହାଣ୍ଡିକୁ ବଦଳି ପରେ ରବିବାର ଚାକିରିରୁ ନିଲମ୍ବନ କରାଯାଇଛି । ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ଆଉ ତହସିଲଦାରଙ୍କ ଉପସ୍ଥିତିରେ ଦଲାଲଙ୍କ ସହ ଏହି ଡିଲ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଓ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡିଦିଆଯିବ ବୋଲି ଜଣେ ଦଲାଲ ବାଲିମାଫିଆଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ପୁଲିସ ଏହି ଘଟଣାରେ ଦଲାଲ ଅଭିଜିତ ମହଲକୁ ଗିରଫ କରିଥିଲା । ଆଉ ବେତନଟି ତହସିଲଦାର ଅନିଶା ଦାସଙ୍କୁ କଳାହାଣ୍ଡିକୁ ବଦଳି କରିଦିଆଯାଇଥିଲା । ସୋମବାର ରାତି ପ୍ରାୟ ସାଢ଼େ ୩ଟା ବେଳେ ବେଶିଙ୍ଗା ଥାନା ଅନ୍ତର୍ଗତ ବେଶିଙ୍ଗା ଛକ ନିକଟରେ ଦୁଇଟି ମୋରମ ବୋଝେଇ ଟ୍ରକ୍‌ ଜବତ କରାଯାଇଥିଲା । ମାତ୍ର ଏହାକୁ ନେଇ ଦେଖାଦେଇଥିଲା ବିବାଦ । ମୋରମ ବୋଝେଇ ଗାଡି ଜବତ କରିଥିବା ବ୍ୟକ୍ତିମାନେ କେଣସି ସରକାରୀ କର୍ମଚାରୀ ନଥିଲେ ବୋଲି ଶ୍ରୀକାନ୍ତ ଦାସ ନାମକ ଜଣେ ଗାଡ଼ି ମାଲିକ ଥାନାରେ ଅଭିଯୋଗ କରିଥିଲେ । କିଛି ଅସାମାଜିକ ଯୁବକ ତାଙ୍କ ଗାଡିକୁ ଅଟକାଇବା ସହିତ ଡ୍ରାଇଭରଙ୍କଠାରୁ ଜୋରଜବରଦସ୍ତ ଗାଡିର କାଗଜପତ୍ର ମାଗିଥିଲେ । ଏ ନେଇ ସେ ବୈଶିଙ୍ଗା ଥାନାରେ ବେତନଟୀ ତହସିଲଦାର ଅନିଶା ଦାସ, ବେଶିଙ୍ଗା ଅଞ୍ଚଳର ଖଗେଶ୍ୱର ବେହେରା, ଶିବାଶିଷ ନାଥ, ଅଭିଜିତ ମହଲ ଏବଂ ଜଣେ ମହିଳାଙ୍କ ନାମରେ ଅଭିଯୋଗ କରିଥିଲେ । ପୋଲିସ ତାଙ୍କ ଅଭିଯୋଗ ଉପରେ ଦଫା ୩୪୧, ୨୯୪, ୩୨୩, ୩୭୯, ୩୮୪, ୫୦୬ ଓ ୩୪ ଧାରାରେ ମାମଲା ରୁଜୁ କରିବା ସହ ଅଭିଜିତ ମହଲ ଓ ଶିବାଶିଷ ନାଥଙ୍କୁ ଗିରଫ କରିଛି ।

Leave A Reply

Your email address will not be published.