ନୂଆଦିଲ୍ଲୀ : ଜୁନ ୨୩:କରୋନା ମୁକାବିଲା ନେଇ ପତଞ୍ଜଳି ସଂସ୍ଥା ପକ୍ଷରୁ ପ୍ରସ୍ତୁତ ହୋଇଛି ଔଷଧ । ଏ ସଂପର୍କରେ ସୂଚନା ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ହରିଦ୍ୱାରରେ ବାବା କରୋନା ରୋଗୀଙ୍କ ପାଇଁ ପ୍ରସ୍ତୁତ ଏହି କରୋନିଲ ଔଷଧକୁ ଲଞ୍ଚ କରିଥିଲେ । ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ ଔଷଧର ଦୁଇଟି ପରୀକ୍ଷା କରାଯାଇଛି । ପ୍ରଥମ- କ୍ଲିନିକାଲ୍ ନିୟନ୍ତ୍ରଣ ଅଧ୍ୟୟନ, ଦ୍ୱିତୀୟ- କ୍ଲିନିକାଲ୍ ନିୟନ୍ତ୍ରଣ ଟ୍ରାୟଲ । ଦିଲ୍ଲୀର ଅନେକ ସହରରେ କ୍ଲିନିକାଲ୍ କଣ୍ଟ୍ରୋଲ୍ ଷ୍ଟଡି କରାଯାଇଛି । ଏଥିରେ ୨୮୦ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । କ୍ଲିନିକାଲ୍ ଅଧ୍ୟୟନ ଫଳାଫଳରେ ଶତପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ଏବଂ କୌଣସି ରୋଗୀଙ୍କର ମୃତୁ୍ୟ ଘଟିନଥିଲା । କରୋନାର ସମସ୍ତ ପର୍ଯ୍ୟାୟରେ ଏହି ଔଷଧ କାର୍ଯ୍ୟ କରିବ । ଦ୍ୱିତୀୟ ପର୍ଯ୍ୟାୟରେ କ୍ଲିନିକାଲ୍ ନିୟନ୍ତ୍ରଣ ଟ୍ରାୟଲ ମଧ୍ୟ ହୋଇଥିଲା । ୧୦୦ ଜଣଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା । ୩ ଦିନ ମଧ୍ୟରେ, ୬୯ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ ବୋଲି ବାବା କହିଥିଲେ । ସବୁଠାରୁ ବଡ ଘଟଣା ସାତ ଦିନ ମଧ୍ୟରେ ଶତପ୍ରତିଶତ ରୋଗୀ ସୁସ୍ଥ ହୋଇଗଲେ । ଆମର ଔଷଧରେ ଶତ ପ୍ରତିଶତ ପୁନରୁଦ୍ଧାର ହାର ଏବଂ ଶୂନ ପ୍ରତିଶତ ମୃତ୍ୟୁ ହାର ରହିଛି ବୋଲି ସେ କହିଛନ୍ତି । ଔଷଧ ପ୍ରସ୍ତୁତିରେ ସମସ୍ତ ବୈଜ୍ଞାନିକ ନିୟମ ଅନୁସରଣ କରାଯାଇଛି । ବାବା ରାମଦେବ କହିଛନ୍ତି ଯେ ଏହି ଔଷଧ ତିଆରି କରିବା ପାଇଁ ମୁଲେଠୀ- କାଢା ସହିତ ଅନେକ ଜିନିଷ ଯୋଗ କରାଯାଇଛି । ଆହୁରି ମଧ୍ୟ ଗିଲୋୟ, ଅଶ୍ୱଗନ୍ଧା, ତୁଲସୀ, ସ୍ୱାଶାରୀ ମଧ୍ୟ ବ୍ୟବହାର କରାଯାଇଥିଲା ଆୟୁର୍ବେଦରୁ ପ୍ରସ୍ତୁତ ଏହି ଔଷଧ ଆସନ୍ତା ସାତ ଦିନ ମଧ୍ୟରେ ଦେଶର ସମସ୍ତ ପତଞ୍ଜଳିଙ୍କ ଦୋକାନରେ ଉପଲବ୍ଧ ହେବ ଓ ଔଷଧ ପାଇଁ ଏକ ସ୍ୱତନ୍ତ୍ର ଆପ୍ ମଧ୍ୟ ଲଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.