ବାତ୍ୟା ରୂପ ନେଲା ଆମ୍ଫାନ; ମତ୍ସ୍ୟଜୀବୀଙ୍କୁ ରେଡ୍‌ ୱାର୍ଣ୍ଣିଂ; ୧୮ ସନ୍ଧ୍ୟାରୁ ବର୍ଷିବ;

ଓଡ଼ିଶା ଉପକୂଳ ପାଖ ଦେଇ ଯିବ ୨୦ରେ ସ୍ଥଳଭାଗ ଛୁଇଁବ; ପ୍ରବେଶ ବେଳେ ୧୯୦ କିମି ପବନ

By Papu Mohanty

ଭୁବନେଶ୍ୱର, (ସବୁ୍ୟ): May 16: ଭୟଙ୍କର ହେଉଛି ସାମୁଦି୍ରକଝଡ଼ ଆମ୍ଫାନ । ସୃଷ୍ଟ ଘୂର୍ଣ୍ଣିଝଡ ବାତ୍ୟା ରୂପ ନେଇଛି । ଏହା ଘନୀଭୂତ ହୋଇ ଭୀଷଣ ବାତ୍ୟାରେ ପରିଣତ ହେବ । ପରେ ସମୁଦ୍ରରେ କରାଳ ରୂପ ନେଇ ଅଧିକ ଭୟଙ୍କର ହେବ । ଏହା ପ୍ରଭାବରେ ଉପକୂଳ ଓଡିଶାରେ ୧୮ତାରିଖ ବେଳକୁ ବର୍ଷା ସହ ଜୋର୍‌ରେ ପବନ ବୋହିବ । ୨୦ ତାରିଖରେ ବାତ୍ୟା ଓଡିଶା ଉପକୂଳ ପାଖ ଦେଇ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ୍‌ କରିବ । ସ୍ଥଳଭାଗ ପ୍ରବେଶ ସମୟରେ ପବନର ବେଗ ୧୯୦ କିମି ରହିବ ।
ପାଣିପାଗ ବିଭାଗ କହିବା ଅନୁଯାୟୀ, ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତ ଏବେ ଘଣ୍ଟାପ୍ରତି ୫ କିଲୋମିଟର ବେଗରେ ଗତି କରୁଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭୀଷଣ ବାତ୍ୟା ରପୂ ନେଇପାରେ । ସାମୂଦି୍ରକ ଝଡ ଆମ୍ଫାନ ପାରାଦୀପର ଦକ୍ଷିଣ ଦିଗରୁ ୧୦୪୦ କିମି, ପଶ୍ଚିମବଙ୍ଗ ଦୀଘାରୁ ଦକ୍ଷିଣ ପଶ୍ଚିମ ଦିଗଠାରୁ ୧୨୦୦ କିମି ଏବଂ ବାଂଲାଦେଶର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଖେପୁପରା ଠାରୁ ୧୩୦୦ କିମି ଦୂରରେ ରହିଛି । ଏହା ୧୭ତାରିଖ ବେଳକୁ ଉତ୍ତର-ପଶ୍ଚିମ ଦିଗରେ ଗତିକରି ରୂପ ବଦଳାଇବ । ୧୮-୨୦ତାରିଖ ଭିତରେ ଏହା ଉତ୍ତର-ଉତ୍ତର ପୂର୍ବ ସହ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ ଏବଂ ପାଶ୍ୱବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶା ସ୍ଥଳଭାଗ ଛୁଇଁବାର ଆଶଙ୍କା କରାଯାଉଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୫୦କିମି ରହିବ । ଏହା ୧୯୦କିମି ପର୍ଯ୍ୟନ୍ତ ବୋହିବାର ଆକଳନ କରାଯାଉଛି । ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ସମୂଦ୍ର ଅଶାନ୍ତ ରହିବ । ଓଡ଼ିଶା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ପାଇଁ ରେଡ୍‌ ୱାର୍ଣ୍ଣଂି ଜାରି କରାଯାଇଛି । ଯେଉଁ ମସି୍ୟଜୀବୀମାନେ ସମୂଦ୍ର ମଧ୍ୟରେ ପ୍ରବେଶ କରିଥିବେ ସେମାନେ ତୁରନ୍ତ ଫେରିଆସିବାକୁ ପରାମର୍ଶ ଦିଆଯାଇଛି । ୧୮ତାରିଖରେ ଉତ୍ତର ଉପକୂଳ ଅଞ୍ଚଳରେ ପବନର ବେଗ ୪୫ରୁ ୫୫ କିମି ଏବଂ ୧୯ ତାରିଖରେ ୭୫-୮୫ କିମି ବେଗରେ ପବନ ବୋହିପାରେ । ଏହା କ୍ରମଶଃ ବଢି ୯୫ କିମି ପର୍ଯ୍ୟନ୍ତ ପହଞ୍ଚିବାର ଆଶଙ୍କା ରହିଛି ।
ଦକ୍ଷିଣ ଓଡିଶା ଓ ଉପକୂଳ ଅଞ୍ଚଳରେ ୧୮ତାରିଖ ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଯିବ । ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର ଜିଲ୍ଲାଗୁଡିକ ପାଇଁ ୟେଲୋୱାର୍ଣ୍ଣି ଜାରି କରାଯାଇଛି । ଏହି ଜିଲ୍ଳାମାନଙ୍କରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୯ତାରିଖ ପାଇଁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଅରେଞ୍ଜୱାର୍ଣ୍ଣି ଜାରି କରାଯାଇଛି । ଏହି ଜିଲ୍ଲାର ବହୁସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ୨୦ତାରିଖ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବବୋଲି ଆଶା କରାଯାଉଛି ।

Comments are closed.