ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ

0

ଭୁବନେଶ୍ୱର : ଜୁନ ୧୧: ପୁନର୍ବାର ଆରମ୍ଭ ହୋଇଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଲଟ ବାତିଲ ହୋଇଛି । ଗହଳି ପାଇଁ ଡିଏଲ ଓ ଏଲଏଲ ସ୍ଲଟ ବାତିଲ କରିଛନ୍ତି ସରକାର । ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି । ପୁନର୍ବାର ଟେଷ୍ଟ ପାଇଁ ସ୍ଲଟ୍‌ ଆରମ୍ଭ ହେବ ବୋଲି ଗତକାଲି ପ୍ରକାଶ ପାଇବା ପରେ ଆଜି ଆରଟିଓ ଅଫିସରେ ପ୍ରବଳ ଗହଳି ହୋଇଥିଲା । ଗହଳି ଯୋଗୁଁ ସାମାଜିକ ଦୂରତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ରାଜ୍ୟ ସରକାର ସ୍ଲଟ୍‌ ବାତିଲ କରିଛନ୍ତି । ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ । ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଛନ୍ତି, ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ନ ଆସିବାକୁ ଆବେଦନକାରୀଙ୍କୁ ମନା କରାଯାଇଛି ।

Leave A Reply

Your email address will not be published.