ବାଉନସର୍ ବଳୟରେ କଂଗ୍ରେସ ଭବନ

ଭୁବନେଶ୍ୱର: ୨୦୧୯ ନିର୍ବାଚନରେ ଦଳର ପରାଜୟକୁ ନେଇ ହେବାର ଥିଲା ବୈଠକ । କିନ୍ତୁ ବାହାରେ କିଛି ନେତା ହଟ୍ଟଗୋଳ ଆରମ୍ଭ କରିଦେଲେ । ସେପଟେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କ ସହ ବାଉନ୍ସର ପିସିସ କାର୍ଯ୍ୟାଳୟକୁ ପଶିଥିଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା କଂଗ୍ରେସ ଭବନ ପରିସରରେ । ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ୍ ପ୍ରଧାନଙ୍କୁ ଦୁର୍ବ୍ୟବହାର ପ୍ରତିବାଦରେ ଚାଲିଥିଲା ହଟ୍ଟଗୋଳ । ସମର୍ଥକମାନଙ୍କ ସହ ଧାରଣାରେ ବସିଥିଲେ ପ୍ରଧାନ । ରାଜ୍ୟ କଂଗ୍ରେସର ଦଳର ପରାଜୟକୁ ନେଇ କିଛି ଉପକୂଳ ନେତାଙ୍କ ସହ ପ୍ରଭାରୀ, ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କ ଆଲୋଚନା ଚାଲିଥିବା ବେଳେ ବାହାରେ ଜୋରଦାର ନାରାବାଜି ଚାଲିଥିଲା । ଇତିଶଙ୍କ ସମର୍ଥକ ବାହାରେ ଫାଟକରେ ତାଲା ବି ପକାଇଦେଇଥିଲେ । କିଛି ନେତା ପ୍ରବଳ ହଟ୍ଟଗୋଳ କରିବା ସହ ପିସିସ ସଭାପତି ବଦଳାଇବାକୁ ଦାବି କରିଥିଲେ ।

Comments are closed.