ବାଇକ୍ ସହ ମୁହାଁମୁହିଁ ଧକ୍କା ପରେ ୭୦ଫୁଟ ତଳକୁ ଖସିଲା ଟ୍ରକ୍‌;ଜଣେ ମୃତ, ୨ ଗୁରୁତର

By Soumya Ranjan Patnaik

ବାରିପଦା, (ସବ୍ୟୁ) : May 20: ମୟୂରଭଞ୍ଜ ଜିଲ୍ଲା ୪୯ଜମ୍ବର ଜାତୀୟ ରାଜପଥର ଦ୍ୱାରଶୁଣୀ ଘାଟିରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଇକ ସହ ମୁହାଁମୁହିଁ ଧକ୍କା ପରେ ଏକ ପିଆଜ ବୋଝେଇ ଟ୍ରକ୍ ଘାଟିରୁ ୭୦ଫୁଟ ତଳକୁ ଖସିପଡିଥିଲା, ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଆହତ ହୋଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଏକ ପିଆଜ ବୋଝେଇ ଟ୍ରକ ନାସିକରୁ ପଶ୍ମିମବଙ୍ଗ ରାଜ୍ୟକୁ ଯାଉଥିବାବେଳେ ବିଶୋଇ ଅଞ୍ଚଳର ସନ୍ଧ୍ୟାରାଣୀ ଗିରି ଓ ତାଙ୍କ ପୁତୁରା ବିଶି ମହାକୁଡ ଏକ ବାଇକ୍ ଯୋଗେ ବିପରୀତ ଦିଗରୁ ଆସୁଥିବାବେଳେ ଦ୍ୱାରଶୁଣୀ ଘାଟିରେ ବାଇକ୍ ସହ ଟ୍ରକର ମୁହାଁମୁହିଁ ଧକ୍କା ହୋଇଥିଲା, ଫଳରେ ଟ୍ରକଟି ଘାଟିର ୭୦ଫୁଟ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ସାନ୍ତୀୟ ଲୋକେ ଓ ଦମକଳ ବାହିନୀ ପହଞ୍ଚି ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ । ସେଠାରେ ବିଶିଙ୍କୁ ଡାକ୍ତର ମୃତଘୋଷଣା କରିବା ପରେ ସନ୍ଧ୍ୟାରାଣୀ ଗିରି ଓ ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।

Comments are closed.