ବଲିଉଡ ର ପ୍ରଖ୍ୟାତ କୋରିଓଗ୍ରାଫର ସରୋଜ ଖାନ ଙ୍କ ଦେହାନ୍ତ

ମୁମ୍ବଇ :ଜୁଲାଇ ୦୩; ହିନ୍ଦୀ ଚଳଚିତ୍ର ଜଗତର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନ ଆଉ ନାହାନ୍ତି I ଶୁକ୍ରବାର ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହେଇଛି I ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟଷ ହେଇଥିଲା I ନିଶ୍ଵାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ, ସେ ଗତ କିଛି ଦିନ ଧରି ବାନ୍ଦ୍ରା ର ଗୋଟିଏ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ I ତାଙ୍କର କରୋନା ପରୀକ୍ଷା ମଧ୍ୟ କରାଯାଇଥିଲା, କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା I
ସରୋଜ ଖାଁ ଙ୍କ ପ୍ରକୃତ ନାଁ ଥିଲା ନିର୍ମଳା ନାଗପଲ I ସରୋଜଙ୍କ ବାପାଙ୍କ ନାଁ କିଶନଚାନ୍ଦ ସାଧୁ ସିଂହ ଏବଂ ମାତାଙ୍କ ନାଁ ନୋନି ସାଧୁ ସିଂହ I
ମାତ୍ର ତିନି ବର୍ଷ ବୟଷରେ ଶିଶୁ କଳାକାର ଭାବରେ ଚଳଚିତ୍ର ଜଗତରେ ପାଦ ଦେଇଥିଲେ ସେ I
ପରବର୍ତୀ ଅବସ୍ଥାରେ ସେ ନିଜକୁ ପ୍ରତିଷ୍ଠା କରିପାରିଥିଲେ ଜଣେ ସଫଳ କୋରିଓଗ୍ରାଫର ଭାବରେ I ପ୍ରାୟ ଚାରି ଦଶନ୍ଧି ଧରି ସେ ବଲିଉଡ ଇଣ୍ଡଷ୍ଟ୍ରି ରେ କାର୍ଯ୍ୟ କରିବା ମଧ୍ୟରେ ୨୦୦୦ରୁ ଅଧିକ ଗୀତର କୋରିଓଗ୍ରାଫ୍ କରିଥିଲେ I ବଲିଉଡ ର ମାଷ୍ଟର ଜୀ ଭାବରେ ସେ ସମସ୍ତଙ୍କର ଖୁବ ପ୍ରିୟ ଥିଲେ I
ସରୋଜ ଖାଁ ୧୯୭୪ ମସିହାରେ ‘ଗୀତ ମେରା ନାମ’ ଚଳଚିତ୍ର ରେ କୋରିଓଗ୍ରାଫର ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ I ପରେ ପରେ ହିରୋ, ନାଗିନା, ମିଷ୍ଟର ଇଣ୍ଡିଆ, ମଣିକର୍ଣ୍ଣିକା, କଳଙ୍କ ପରି ବହୁ ଚଳଚିତ୍ର ରେ ସେ ନିଜର ପ୍ରତିଭାର ପରାକାଷ୍ଠା ପ୍ରତିପାଦିତ କରିଛନ୍ତି I

Comments are closed.