ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଡାକ୍ତରଖାନାରେ ଭର୍ତ୍ତି ; ସେ ଭଲ ଅଛନ୍ତି ବୋଲି ଟ୍ୱିଟ କରି କହିଛନ୍ତି

ମୁମ୍ବାଇ : ଅଗଷ୍ଟ ୯ : ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଶନିବାର ସନ୍ଧ୍ୟାରେ ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି । ମୁମ୍ବାଇ ର ଲୀଳାବତୀ ହସ୍ପିଟାଲ ର ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ (ଆଇସିୟୁ) ରେ ରଖାଯାଇଛି ସଞ୍ଜୟ ଦତ୍ତ ଙ୍କୁ । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଙ୍କ କହିବା ଅନୁଯାଇ , ଦତ୍ତଙ୍କର Rapid Antigen Test କରାଯାଇଛି ଏବଂ ରିପୋର୍ଟ ନେଗେଟିଭ ଆସିଛି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି । ବଲିଉଡ଼ ଅଭିନେତା ତାଙ୍କ ଟ୍ୱିଟର ଆକାଉଣ୍ଟ ରେ ଲେଖିଛନ୍ତି ,’ ମୁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ’ ମୁ ଭଲ ଅଛି ଏବଂ ମୋର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଲୀଳାବତୀ ହସ୍ପିଟାଲ ର ଡାକ୍ତର , ନର୍ସ ଏବଂ ଅନ୍ୟ ମାନଙ୍କ ସାହାଯ୍ୟ ଓ ଯତ୍ନ ରେ ମୁ ଶୀଘ୍ର ସୁସ୍ଥ ହେଇ ଦିନେ ଦୁଇଦିନ ମଧ୍ୟରେ ଘରକୁ ଫେରିବି । ଆପଣମାନଙ୍କ ଶୁଭେଚ୍ଛା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ । ‘
ଜୁଲାଇ ୨୯ ତାରିଖ ରେ ୬୧ ବର୍ଷରେ ପଦାର୍ପଣ କରିଥିବା ଅଭିନେତା ସଞ୍ଜୟ ଦତ୍ତ ଙ୍କ RT PCR ଟେଷ୍ଟ ପାଇଁ ସ୍ୱାବ ମଧ୍ୟ ନିଆଯାଇଛି ।
ମହେଶ ଭଟ୍ଟ ଙ୍କ ‘sadak 2 ‘ ରେ ସେ ପୁଣି ଥରେ ପରଦାକୁ ଫେରିଛନ୍ତି। ଏହି ସିନେମା ରେ ଦତ୍ତ ଙ୍କ ସହ ପୂଜା ଭଟ୍ଟ ,ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରାୟ କାପୁର ଅଛନ୍ତି । ‘sadak 2 ‘ ଅଗଷ୍ଟ ୨୮ ତାରିଖରେ ଡିଜିଟାଲ୍ ରିଲିଜ୍ ହେବାର ଯୋଜନା ରହିଛି। (IANS)

Comments are closed.