ବଲିଉଡ୍‌ରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ରସିକା ମନୋନୀତ

ଦିଲ୍ଲୀ: ଅଗଷ୍ଟ ୭: ମେଲବର୍ଣ୍ଣଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତୀୟ ଚଳଚ୍ଚିତ୍ର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଅଭିନେତ୍ରୀ ରସିକା ଦୁଗଲ ମନୋନୀତ ହୋଇଛନ୍ତି । ଦୁଇଟି େୱବ ସିରିଜ ‘ମିର୍ଜାପୁର’ ଓ ‘ଲୁଟ୍‌କେସ’ରେ ତାଙ୍କର ନିଖୁଣ ଅଭିନୟ ପାଇଁ ତାଙ୍କୁ ଏହି ସମ୍ମାନ ମିଳିପାରେ । ଏହି ସମ୍ମାନ ପାଇଁ ମନୋନୀତ ହୋଇଥିବାରୁ ସେ ନିଜକୁ ଭାଗ୍ୟଶାଳୀ ବୋଲି କହିଛନ୍ତି । ରସିକାଙ୍କ ବ୍ୟତୀତ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଁ ବିଦ୍ୟା ବଲାନ, ସ୍ୱସ୍ତିକା ମୁଖାର୍ଜୀ, କାନ କୁସରୁତି ଏବଂ ରିମା କଲିଙ୍ଗା ମଧ୍ୟ ମନୋନୀତ ହୋଇଛନ୍ତି । କିନ୍ତୁ ରସିକା ଏକାଥରକେ ଦୁଇଟି ସିରିଜ ପାଇଁ ମନୋନୀତ ହୋଇଛନ୍ତି । ଯାହା ତାଙ୍କ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇବା ଆଶାକୁ ଦୃଢ଼ କରିଛି ।

Comments are closed.