ବର୍ଷା ଅଭାବଜନିତ ପରିସ୍ଥିତିର ମୁକାବିଲା ନେଇ ବୈଠକ କଲେ ମୁଖ୍ୟ ଶାସନ ସଚିବ

0

ଭୁବନେଶ୍ୱର: ଅଗଷ୍ଟ ୨୩: ବର୍ଷାର ଅଭାବ ଯୋଗୁଁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲ । । ଉକ୍ତ ବୈଠକରେ ସମସ୍ତ ବିଭାଗର ସଚିବ ଏବଂ ଜିଲ୍ଲାପାଳମାନଙ୍କ ସହିତ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ମଧ୍ୟ ଉପସ୍ଥିତ ରହିଥିଲେ ।
ଆବଶ୍ୟକଠାରୁ କମ୍‌ ବର୍ଷା ହେବା ଦ୍ୱାରା ରାଜ୍ୟର ବହୁ ଜିଲ୍ଲାରେ ମରୁଡ଼ି ଦେଖାଯାଇପାରେ । ଫଳରେ ଲକ୍ଷାଧିକ ଚାଷୀ ଏଥିରେ ପ୍ରଭାବିତ ହୋଇପାରନ୍ତି । ବିଶେଷ କରି ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଭୟଙ୍କର ହୋଇପାରେ । ଏଣୁ ଏହାର ମୁକାବିଲା କରିବା ପାଇଁ ବୈଠକରେ ଏକ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ କରାଯାଇଥିଲା ।
ପ୍ଲାନ୍‌ ହିସାବରେ, ଯେଉଁଠାରେ କମ୍‌ ବର୍ଷା ହୋଇଛି ସେଠାରେ ଉଠା ଜଳସେଚନ କରାଯିବ । ପ୍ରତି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ୍‌ କରାଯିବ ଏବଂ ଅନ୍ୟ ଜଳସେଚନ ପ୍ରକ୍ରିୟାକୁ ଆହୁରି ସକ୍ରିୟ କରାଯିବିବୋଲି ବୈଠକରେ ମୁଖ୍ୟ ଶାସନ ସଚିବ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, କୃଷି ଶ୍ରମିକମାନଙ୍କୁ ମନରେଗା ଓ ଅନ୍ୟାନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦିଆଯିବ । ଅଗଷ୍ଟ ୩୧ ସୁଦ୍ଧା ପ୍ରତି ବ୍ଲକ୍‌ ପାଇଁ ସ୍ୱତନ୍ତ୍ର କଣ୍ଟିଜେନ୍ସି ପ୍ଲାନ୍‌ କରିବାକୁ ଓୟୁଏଟି କୃଷି ବିଭାଗ ନିର୍ଦ୍ଦେଶକ ବୈଠକରେ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.