ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟ୍

0

ରାଇରଙ୍ଗପୁର: ମୟୂରଭଞ୍ଜର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପରୁଣା ସିନେମା ହଲ୍ ସାମ୍ନାରେ ଥିବା ଏକ ହୋଲସେଲ୍ ଦୋକାନରୁ ରବିବାର  ରାତିରେ ତିନିଜଣ ଦୁର୍ବୃତ୍ତ ବନ୍ଧୁକ  ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୬ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି |  ବ୍ୟବସାୟୀ ରୂପେଶ କୁମାର ମହାନ୍ତି ଦୋକାନ ବନ୍ଦ କରି ବ୍ୟାଗରେ ଟଙ୍କା ଧରି ବାହାରୁଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଦୋକାନୀଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ | ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲା। ସମସ୍ତେ ହାତରେ ବନ୍ଧୁକ ଧରିଥିଲେ |

Leave A Reply

Your email address will not be published.