ବନ୍ଦ ହେବ ଚିଟ୍‌ଫଣ୍ଡ କମିଶନ !

0

ଭୁବନେଶ୍ୱର : ଜୁନ ୨୪:ବନ୍ଦ ହେବ ଚିଟ୍‌ଫଣ୍ଡ କମିଶନ । ଚିଟ୍‌ଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍‌ ମଦନମୋହନ ଦାସଙ୍କର କାର୍ଯ୍ୟକାଳ ପୂରିବାର ୪ମାସ ଅତିକ୍ରମ କରିଥିଲେ ମଧ୍ୟ ସରକାର ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରୁନାହାନ୍ତି କି ନିଜ ହାତକୁ ଦାୟିତ୍ୱ ନେଇନାହାନ୍ତି । ଫଳରେ କମିଶନରେ ଅଚଳା ଅବସ୍ଥା ଜାରି ରହିଛି । ଚିଟ୍‌ଫଣ୍ଡ ଠକେଇ ଶୁଣାଣି ମଧ୍ୟ ବନ୍ଦ ରହିଛି । କମିଶନ ଗଠନ ପରେ କ୍ଷତିଗ୍ରସ୍ତ ଜମାକାରୀମାନେ ନିଜ ଟଙ୍କା ଫେରିପାଇବା ଆଶା ରଖିଥିଲେ ମଧ୍ୟ କମିଶନରେ ଏଭଳି ଅଚଳାଅବସ୍ଥା ସେମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ଜଷ୍ଟିସ୍‌ ମଦନ ଦାସ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବୃଆରୀ ମାସରୁ ଶେଷ ହୋଇଯାଇଛି । ତାଙ୍କର କାର୍ଯ୍ୟକାଳକୁ ସରକାର ଆଉ ବୃଦ୍ଧି କରିନାହାନ୍ତି । ତେବେ ଜୁଲାଇ ୧୭ ସୁଦ୍ଧା ନିଷ୍ପତ୍ତି ନେବାକୁ ରାଜ୍ୟସରକାରଙ୍କୁ କହିଛନ୍ତି କମିଶନ । ଉଲ୍ଲେଖ ଯୋଗ୍ୟ ଯେ ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ ଚୁଡାନ୍ତି ରିପୋର୍ଟ ଦେବା ବାକି ରହିଛି । ସରକାର ଯଦି କମିଶନଙ୍କ କାର୍ଯ୍ୟକାଳ ଆଉ କିଛି ସମୟ ବୃଦ୍ଧି କରିଥାନ୍ତେ ତେବେ ଚୁଡାନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରଯାଇ ପାରିଥାନ୍ତା । ମାତ୍ର ଅଦ୍ୟବଧି ତାହା ହୋଇନାହିଁ ।ଇତି ମଧ୍ୟରେ ବିଭିନ୍ନ ସମୟରେ କମିଶନଙ୍କ କାର୍ଯ୍ୟକାଳ ୩ମାସ ଏବଂ ପରେ ୬ମାସକୁ ବୃଦ୍ଧି କରାଯାଇଥିଲା । ଶେଷଥର ପାଇଁ ୨୦୧୯ ଅଗଷ୍ଟ ୪ତାରଖରେ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୁରିଥିଲା ଓ ଅଗଷ୍ଟ ୨ତାରିଖରେ ସରକାର ପୂନର୍ବାର କମିଶନଙ୍କ କାର୍ଯ୍ୟକାଳ ୬ମାସ ବୃଦ୍ଧି କରିଥିଲେ । ତେବେ ଚଳିତ ଥର ତାହା ହୋଇନାହିଁ ।

Leave A Reply

Your email address will not be published.