ବଦଳିଲା ତଥ୍ୟ: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪

Edited by Papu Mohanty

ଭୁବନେଶ୍ୱର : May 17: ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୪ ହୋଇଛି । ରବିବାର ସକାଳେ କରୋନା ଜନୀନ ମୃତୁ୍ୟ ସଂଖ୍ୟା ୫ ବୋଲି କୁହାଯାଇଥିଲା । କିନ୍ତୁ ପରେ ଏହା ୫ ନୁହେଁ ୪ ବୋଲି ଟ୍ୱିଟ୍‌ କରି ଜଣାଇଛନ୍ତି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ । ଗତକାଲି ଗଞ୍ଜାମ ଜିଲ୍ଲାରେ ହୋଇଥିବା ଦ୍ୱିତୀୟ ମୃତ୍ୟୁ କରୋନା ଯୋଗୁଁ ହୋଇଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ମୃତକଙ୍କ ଟେଷ୍ଟ ରିପୋର୍ଟ ଆଜି ନେଗେଟିଭ ଆସିବା ପରେ ଏହା କରୋନା ଜନୀନ ମୃତ୍ୟୁ ନୁହେଁ ବୋଲି ଜଣାଯାଇଛି । ତେଣୁ ମୃତୁ୍ୟ ସଂଖ୍ୟାକୁ ୫ରୁ ୪ କୁ କମାଇଛନ୍ତି ରାଜ୍ୟ ସରକାର ।
ଅପରପକ୍ଷରେ ରାଜ୍ୟରେ ଆଜି ଆଉ ୯୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି । ଏହି ୯୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରେ ୨୮, କେନ୍ଦୁଝର ୪, ବାଲେଶ୍ୱରରେ ୧୭, କଟକ ୧୨, ପୁରୀ ୭, ଖୋର୍ଦ୍ଧା ୩ , ବଲାଙ୍ଗିର ୨, ଗଂଜାମ ୧୫, କେନ୍ଦ୍ରପଡା, ସୁନ୍ଦରଗଡ ଓ ସମ୍ବଲପୁରର ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ପ୍ରଥମ ଥର ପାଇଁ ସମ୍ବଲପୁର ଜିଲ୍ଲାକୁ ଡେଇଁଛି କରୋନା ଭୂତାଣୁ । ରାଜ୍ୟରେ ୨୨ ତମ ଜିଲ୍ଲା ଭାବେ ସଂବଲପୁରରେ ଚିହ୍ନଟ ହୋଇଛନ୍ତି କରୋନା ଆକ୍ରାନ୍ତ । ଚିହ୍ନଟ ହୋଇଥିବା ୯୧ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ୮୭ ଜଣ କ ୍ୱାରେଣ୍ଟିନ୍‌ ସେଣ୍ଟରରୁ ବୋଲି ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସରପଞ୍ଚ ରହିଛନ୍ତି ।

Comments are closed.