ବଦଳିବ ପାଣିପାଗ: କମିବ ଶୀତ

0

ଭୁବନେଶ୍ୱର,୧/୨: ଓଡିଶାର କେତେକ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଧରି ଘନ କୁହୁଡି ଲାଗି ରହିବ। ପରେ ପାଗରେ ପରିବର୍ତ୍ତନ ଆସିବ। ସେହିପରି ଅଧିକାଂଶ ଜିଲ୍ଲାରେ ଥଣ୍ଡା କମିବ। ଏଥିସହ ବର୍ଷା ଓ ଘୂର୍ଣ୍ଣିଝଡ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହିପରି ଶନିବାର ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡି ହେବ। କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀ ଆଦି ଜିଲ୍ଲାରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨ ଓ ୩ ତାରିଖରେ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ସୋନପୁର, ବୋଦ୍ଧ, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଆଦି ଜିଲ୍ଲାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂତନା ଦେଇଛି। ଅନ୍ୟପଟେ ୪ ତାରିକରେ ପାଗ ଶୁଖିଲା ରହିବ ଏବଂ ୫ରୁ ପୁଣି ବର୍ଷା ହେବ।

Leave A Reply

Your email address will not be published.