ବଢୁଛି ତାପମାତ୍ରା; ୫ ଜିଲ୍ଳା ପାଇଁ ହିଟ୍‌ ୱେଭ‌ ୟେଲୋ ୱାର୍ଣ୍ଣିଂ ଜାରି

0

Edited by Papu Mohanty

ଭୁବନେଶ୍ୱର: ମେ ୨୩:ବାତ୍ୟା ଅମ୍ପନ ଯୋଗୁଁ ଥଣ୍ଡା ପଡିଥିବା ଓଡିଶା ଏବେ ପୁଣି ଉତ୍ତପ୍ତ ହୋଇଛି । ପାରଦ ବଢିବାରେ ଲାଗିଛି । ଶୁକ୍ରବାର ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ଶନିବାର ଏହା ୪୫.୫ ଡିଗ୍ରୀରେ ପହଞ୍ଚିଛି । ଶୁକ୍ରବାର ଭଳି ଶନିବାର ମଧ୍ୟ ଓଡିଶାର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଉଛି । ଏହି ସମୟରେ ପାରଦ ଆଉ ୩ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ପରିସ୍ଥିତି ଦୃଷ୍ଟିରୁ ଆସନ୍ତା ୪ଦିନ ପାଇଁ କଳାହାଣ୍ଡି, ସୋନପୁର, ବୌଦ୍ଧ, ଅନୁଗୁଳ ଓ ବଲାଙ୍ଗିର ଜିଲ୍ଳା ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ଶନିବାରର ତଥ୍ୟ ଅନୁସାରେ ଭବାନୀପାଟଣାରେ ୪୪.୨ ଡିଗ୍ରୀ ସେଲ୍ସିୟସ୍‌, ତାଳଚେର ୪୩.୮, ବଲାଙ୍ଗିର ୪୩.୫, ମାଲକାନଗିରି ୪୩, ସମ୍ବଲପୁର ୪୨.୬, ଓ ବୌଦ୍ଧ ୪୨.୫ ଡିଗ୍ରୀ ସେଲ୍ସିୟସ୍‌ ରହିଛି ।

Leave A Reply

Your email address will not be published.