ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ:୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

ଭୁବନେଶ୍ୱର : ଜୁନ ୦୧:ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ବର୍ତ୍ତମାନ ସ୍ଥିତିରେ ସମସ୍ୟା ଦେଇ ଗତି କରୁଥିବା ଚାଷୀଙ୍କୁ ସହାୟତା କରିବା ପାଇୁଁ କେନ୍ଦ୍ର ସରକାର ୧୪ଟି ଖରିଫ ଫସଲର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୃଦ୍ଧି ପରେ ୨୦୨୦-୨୧ ପାଇଁ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୮୬୮ ଟଙ୍କାକୁ ବୃଦ୍ଧି ପାଇଛି । ଜୱାର କ୍ୱିଣ୍ଟାଲ ପିଛା ୨୦୨୦ ଓ ବାଜରା କ୍ୱିଣ୍ଟାଲ ପିଛା ୨୧୫୦ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ମାଣ୍ଡିଆ, ବାଦାମ, ମୁଗ, ସୋୟାବିନ,ରାଶି ଓ କପାର ଏମଏସପି ୫୦ ପ୍ରତିଶତ ଲେଖାଏଁ ବଢିଛି ।

Comments are closed.