ବଙ୍କରରେ ପଶିଲେ ରାଷ୍ଟ୍ରପତି ଟ୍ରମ୍ପ୍‌

ୱାଶିଂଟନ‌: ଜୁନ ୦୨: ପୋଲିସର ଥାର୍ଡ ଡିଗ୍ରୀରେ ଆମେରିକା କୃଷ୍ଣକାୟ ସଂପ୍ରଦାୟର ଜଣେ ବ୍ୟକ୍ତିର ମୃତ୍ୟୁ ଘଟଣାକୁ ନେଇ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଦେଶର ୩୦ଟି ସହରକୁ ହିଂସା ବ୍ୟାପି ଗଲାଣି । ବହୁ ସଂଖ୍ୟାରେ ପ୍ରତିବାଦକାରୀ ହ୍ୱାଇଟ୍‌ ହାଉସ୍‌ ବାହାରେ ରୁଣ୍ଡ ହୋଇ ଟେକାପଥର ଫିଙ୍ଗିବା ସହ ପୁଲିସ ବାରିକେଡ୍‌ ଭଙ୍ଗାରୁଜା କରିବାରୁ ପରିସ୍ଥିତି ଅଣାୟତ ହୋଇପଡିଛି । ତେବେ ପୋଲିସ ସେମାନଙ୍କୁ ଘଉଡାଇ ଦେବାରେ ସଫଳ ହୋଇଛି । ଗୁଇନ୍ଦା ଏଜେଣ୍ଟମାନେ ରାଷ୍ଟ୍ରପତି ଟ୍ରମ୍ଫ୍‌ଙ୍କୁ ଏକ ବଙ୍କର୍‌ ଭିତରକୁ ନେଇଯାଇଛନ୍ତି ।ହ୍ୱାଇଟ ହାଉସ ପ୍ରତି ଯେଭଳି କୌଣସି ବିପଦ ନ ଆସେ ସେଥିପାଇଁ ୱାଶିଂଟନ ମେୟର ରାତି ୧୧ଟାଠାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟ ଜାରି କରିଛନ୍ତି । ଲୋକମାନଙ୍କୁ ବାହାରକୁ ଆସିବା ଉପରେ କଟକଣା ଜାରି କରାଯାଇଛି । । ସୂଚନାଯୋଗ୍ୟ ଯେ ସୋମବାର ମିନେପୋଲିସରେ ଜଣେ ବିକ୍ଷୋଭକାରୀ କୃଷ୍ଣକାୟ ସଂପ୍ରଦାୟର ଜର୍ଜ ଫୁଏଡଙ୍କର ପୋଲିସ ନିର୍ଯାତନାରେ ମୃତୁ୍ୟ ଘଟିବାକୁ ନେଇ ଏଭଳି ହିଂସାକାଣ୍ଡ ଦେଖାଦେଇଛି । ଶୁକ୍ରବାର ଦିନ ଲାଫେୟେଟି ପାର୍କରେ ପ୍ରତିବାଦକାରୀମାନଙ୍କ ଟ୍ରମ୍ପ ବିରୋଧୀ ସ୍ଲୋଗାନ ଗୁଇନ୍ଦା ଅଧିକାରୀମାନେ ଶୁଣିବାକୁ ପାଇଥିଲେ । ସେମାନଙ୍କୁ ଦମନ କରିବାକୁ ଗୁଇନ୍ଦା ଏଜେଣ୍ଟ୍‌ ଓ ଆଇନ ପ୍ରବର୍ତ୍ତନକାରୀ ଅଧିକାରୀମାନେ ଉଦ୍ୟମ ଚଳାଇଥିଲେ । ହ୍ୱାଇଟ୍‌ ହାଉସ୍‌ ମଧ୍ୟରେ ଥିବା ଗୁଇନ୍ଦା ଏଜେଣ୍ଟମାନେ ବିବ୍ରତ ହୋଇ ପଡିଛନ୍ତି ।ଏପରିକି ରାଷ୍ଟ୍ରପତି ଏବଂ ତାଙ୍କ ପରିବାର ସଦସ୍ୟ ବି ଭୀତତ୍ରସ୍ତ ହୋଇହୋଇପଡିଛନ୍ତି ।ଫାଷ୍ଟ୍‌ ଲେଡି ମେଲାନିଆ ଏବଂ ସେମାନଙ୍କର ୧୪ ବର୍ଷିୟ ପୁଅ ବେରନଙ୍କୁ ବଙ୍କର୍‌ ମଧ୍ୟକୁ ନିଆଯାଇଛି ।

Comments are closed.