ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଲେ ରାଜକୁମାର

ଅଭିନେତା ରାଜକୁମାର ରାଓ ବଲିଉଡ୍‌ରେ ୧୦ ବର୍ଷ ପୂରଣ କରିଛନ୍ତି। ‘ରାଗିଣୀ ଏମ୍‌ଏମ୍‌ଏସ୍’, ‘ସୈତାନ୍‌’, ‘ଗ୍ୟାଙ୍ଗସ୍‌ ଅଫ୍‌ ୱାସେପୁର’, ‘କାଇ ପୋ ଚେ’, ‘ହମାରି ଅଧୁରି କାହାନୀ’, ‘ଶାଦି ମେଁ ଜରୁର୍‌ ଆନା’ ଓ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ ପରି ଫିଲ୍ମରେ ରାଜକୁମାର ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ଦେଖାଇଛନ୍ତି।

          ଇଣ୍ଡଷ୍ଟ୍ରୀରେ ୧୦ ବର୍ଷ ପୂରଣ କରିବା ଖୁସିରେ ସୋଶାଲ ମିଡିଆରେ ତାଙ୍କ ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇ ରାଜକୁମାର ଲେଖିଛନ୍ତି, ‘ବଲିଉଡ୍‌ରେ ମୋର ୧୦ ବର୍ଷ ପୂରଣ ହେଲା। ଗାଁରେ ଛୋଟ ଥିବା ସମୟରେ ଯେଉଁ ସ୍ୱପ୍ନ ମୁଁ ଦେଖିଥିଲି, ତାହା ପୂରଣ ହୋଇଥିବା ଦେଖି ବହୁତ ଖୁସି ଅଛି। ସେଥିପାଇଁ ମୋ ସହିତ କାମ କରୁଥିବା ସାଥୀ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଓ ଟେକ୍ନିସିଆନ୍‌ଙ୍କୁ ବହୁତ ବହୁଚ ଧନ୍ୟବାଦ। କେବଳ ଏମାନେ ନୁହଁନ୍ତି, ସାରା ବିଶ୍ୱରେ ଥିବା ମୋର ଦର୍ଶକ ଓ ସିନେପ୍ରେମୀଙ୍କୁ ମୁଁ ମନରୁ ଧନ୍ୟବାଦ ଜଣାଉଛି।ନିକଟରେ ରାଜକୁମାରଙ୍କ ଫିଲ୍ମ ‘ମେଡ୍‌ ଇନ୍‌ ଚାଇନା’ ରିଲିଜ୍‌ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହିତ ବୋମନ୍‌ ଇରାନୀ ଓ ମୌନି ରାୟ ଅଭିନୟ କରିଥିଲେ। ଏବେ ରାଜକୁମାରଙ୍କ ‘ରୁହିଆଫଜା’ ଫିଲ୍ମ ଚର୍ଚ୍ଚାରେ ରହିଛି।

 

 

Comments are closed.