ଫ୍ରାଇଡେ ଫିଲ୍ମ : ଦେବଗନଙ୍କ ‘ତାନାଜୀ’ Vrs ପାଦୁକୋନଙ୍କ ‘ଛପାକ’

ମୁମ୍ବାଇ: ଶୁକ୍ରବାର ରିଲିଜ ହେବାକୁ ଯାଉଛି ବଲିଉଡର ୨ଟି ବଡ଼ ଫିଲ୍ମ । ୨ଟି ଯାକ ଫିଲ୍ମ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବାରୁ ଆସନ୍ତାକାଲିର ଫିଲ୍ମ ଫ୍ରାଇଡେ ପାଇଁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି । ଗୋଟିଏ ଦୀପିକା ପାଦୁକୋନଙ୍କ ‘ଛପାକ’ ଓ ଆଉ ଗୋଟିଏ ଅଜୟ ଦେବଗନଙ୍କ ‘ତାନାଜୀ’ । ଉଭୟ ଫିଲ୍ମର ଟ୍ରେଲରକୁ ବେଶ ପସନ୍ଦ କରୁଛନ୍ତି ଦର୍ଶକ । ତାନାଜୀରେ ଅଜୟ ଦେବଗନ, କାଜୋଲ, ସୈଫ ଅଲ୍ଲୀ ଖାନ ଓ ଶରଦ ଖେଲକରଙ୍କ ଭଳି ଦମଦାର ଷ୍ଟାରକାଷ୍ଟ ଥିବାବେଳେ ଛପାକରେ କେବଳ ଦୀପିକା ପାଦୁକୋନ । ବକ୍ସ ଅଫିସରେ କିଏ କମାଲ କରିବ ତାହା ରିଲିଜ ପରେ ଜଣାପଡିବ । ତେବେ ଏହି ଦୁଇଟିଯାକ ପିଲ୍ମ ଲୋକଙ୍କୁ କେତେଦୂର ଭଲ ଲାଗୁଛି ଆଉ କେଉଁ ଫିଲ୍ମ ବକ୍ସ ଅଫିସ୍‌ରେ ଧମାଲ ମଚାଉଚି ତାହା ଫିଲ୍ମ ପରଦାକୁ ଆସିଲେ ଜଣାପଡ଼ିବ । ଏବେ ଆସନ୍ତୁ ଜାଣିବା ଏହି ୨ଟି ଫିଲ୍ମ ବିଷୟରେ କିଛି ।
ଛପାକ୍:

ଏସିଡ୍ ଆକ୍ରମଣର ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କ ଉପରେ ନିର୍ମାଣ ହୋଇଛି ଫିଲ୍ମ ‘ଛପାକ୍’। ମେଘନା ଗୁଲଜରଙ୍କ ନିର୍ଦ୍ଦେଶିତ ଫିଲ୍ମରେ ଦୀପିକାଙ୍କ ସହ ବିକ୍ରାନ୍ତ ମେସିଙ୍କୁ ଲିଡ୍ ରୋଲ୍‌ରେ ଦେଖିବାକୁ ପାଇବେ। ଫିଲ୍ମରେ ଦୀପିକାଙ୍କ ଲୁକ୍ ଏକଦମ୍ ଲକ୍ଷ୍ମୀଙ୍କ ଭଳି ରହିଛି । ହେଲେ ଦୀପିକାଙ୍କ ଫିଲ୍ମକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି। ଜେଏ‌ନୟୁ ଛାତ୍ରଛାତ୍ରୀଙ୍କ ସମର୍ଥନରେ ସେ ବିରୋଧ ପ୍ରଦର୍ଶନରେ ସାମିଲ୍ ହେବା ପରେ କିଛି ଲୋକ ତାଙ୍କ ଫିଲ୍ମକୁ ବିରୋଧ କରୁଛନ୍ତି ।

ତାନାଜୀ:

ସେହିପରି ଅଜୟ ଦେବଗନଙ୍କ ତାନାଜୀ ମଧ୍ୟ ଆସନ୍ତାକାଲି ପରଦାକୁ ଆସିବ । ଫିଲ୍ମରେ ଅଜୟଙ୍କ ସହ କାଜୋଲ ଓ ସୈଫ ଅଲ୍ଲୀ ଖାନ୍ ମୁଖ୍ୟ ଭୂମିକାରେ ଅଛନ୍ତି । ଓମ୍ ରାୱତ୍ ନିର୍ଦ୍ଦେଶିତ ସିନେମାଟି ମରାଠା ସାମ୍ରାଜ୍ୟର ମହାନ ଯୋଦ୍ଧା ତାନାଜୀ ମାଲୁସରେଙ୍କ ଉପରେ ତିଆରି ହୋଇଛି । ଏହି ଫିଲ୍ମଟି ଅଜୟଙ୍କର ୧୦୦ତମ ଫିଲ୍ମ। ଏହା ବ୍ୟତୀତ ଏହି ଫିଲ୍ମରେ ପ୍ରାୟ ୯ ବର୍ଷ ପରେ ଅଜୟ ଓ କାଜୋଲ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।

Comments are closed.