ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ !

ମୁମ୍ବାଇ: ଜୁଲାଇ ୦୧: ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଅଭିନୟ କରିଥିବା ସଞ୍ଜନା ସାଙ୍ଗଭୀ ଙ୍କୁ ମୁମ୍ବାଇ ପୋଲିସ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲା I ସେଥିପାଈଁ, ସଞ୍ଜନା ଙ୍କୁ ଦିଲ୍ଲୀ ରୁ ମୁମ୍ବାଇ କୁ ଯିବାକୁ ପଡିଥିଲା I ତେବେ ମୁମ୍ବାଇ ଛାଡିବା ପୂର୍ବରୁ, ସେ Instagram ରେ ଗୋଟିଏ message ପୋଷ୍ଟ କରିଛନ୍ତି I ପୋଷ୍ଟ ରେ ଲେଖିଛନ୍ତି, ‘Goodbye ମୁମ୍ବାଇ ! ତୁମ ସହ ପ୍ରାୟ ୪ ମାସ ପରେ ଦେଖା ହେଲା I ଏବେ ମୁଁ ଦିଲ୍ଲୀ ଫେରିଯାଉଛି I ତମ ରାସ୍ତା ସବୁ କେମିତ ଅଲଗା ଲାଗୁଛି I ଖୁବ ଶୁନଶାନ ହେଇଯାଇଛି I ହୁଏତ ମୋ ହୃଦୟ ର ଦୁଃଖ ମୋ ଦୃଷ୍ଟିଭଙ୍ଗୀ କୁ ବଦଳାଇ ଦେଇଛି I ଅଥବା ତୁମେ ମଧ୍ୟ ଦୁଃଖୀ ହେଇ ଥାଇପାରେ I ଶୀଘ୍ର ଦେଖା ହେବା କିମ୍ବା ଆଉ ଦେଖା ନ ହେଇବି ପରେ I ‘
ସେ ଗୋଟେ ଫୋଟୋ ମଧ୍ୟ share କରିଛନ୍ତି I ଏହି ଫୋଟୋ ଟି ମୁମ୍ବାଇ Airport ରେ ଛିଡା ହେଇଥିବା ଅବସ୍ଥାରେ ଉଠାଯାଇଛି I
ସୁଶାନ୍ତ ଜୁନ ୧୪ ତାରିଖରେ ଆତ୍ମହତ୍ୟା କରିଥିଲେ I

Comments are closed.