ଫିଲ୍ମୀ ଷ୍ଟାଇଲରେ କ୍ରିମିନାଲର କନଫେସନ

ଚଣ୍ଣୀଗଡ: ତାଙ୍କର ଆଉ କାହା ସହ ସମ୍ପର୍କ ଥିବା ନେଇ ମୁଁ ସନ୍ଦେହ କରୁଥିଲି , ତେଣୁ ମୁଁ ତାକୁ ମାରିଦେଲି । ଆଜି ଏମିତି କିଛି କଥା ଜଣେ ହତ୍ୟାକାରୀ ଫିଲ୍ମୀ ଷ୍ଟାଇଲରେ ଆସି ଏକ ଟିଭି ଚ୍ୟାନେଲରେ କହିବା ପରେ ପୋଲିସ ଉକ୍ତ ହତ୍ୟାକରୀଙ୍କୁ ଗିରଫ କିରବାରେ ସଫଳ ହୋଇଛି । ଘଟଣାରୁ ପ୍ରକାଶ ଯେ, ଜାନୁୟାରୀ ୧ ତାରିଖ ଦିନ ଚଣ୍ଡୀଗଡର ସେକ୍ଟର ୩୧ ପୋଲିସ ସ୍କାଏ ହୋଟେଲ ରୁମରୁ ସରବଜୀତ କୋ÷ର ନାମ୍ନୀ  ମହିଳା ନର୍ସଙ୍କ ମୃତଦେହ ଉଦ୍ଧାର କରିଥିଲା । ଏନେଇ ପୋଲିସ ମାମଲା ରୁଜୁ କରିଥିଲେ ବି ହତ୍ୟାକାରୀ କୁ ଗିରଫ କରିପାରିନଥିଲା । ମଙ୍ଗଳବାର ନାଟକୀୟ ଢ଼ଙ୍ଗରେ କୋ÷ରଙ୍କ ହତ୍ୟାକାରୀ ମନିନ୍ଦର ସିଂ ଏକ ଆଂଚଳିକ ଟିଭି ଚ୍ୟାନେଲରେ ନିଜ ଅପରାଧକୁ ସ୍ୱୀକାର କରିଥିଲେ । ଅବିଳମ୍ବେ ପୋଲିସ ଉକ୍ତ ଚ୍ୟାନେଲ କାର୍ଯ୍ୟାଳୟରେ ପହଂଚି ହତ୍ୟାକରୀକୁ ଗିରଫ କରିଥିଲା । ପୂର୍ବରୁ ୨୦୧୦ ମସିହାରେ ଅନ୍ୟ ଏକ ହତ୍ୟା ଅପରାଧରେ ଜେଲ ଦଣ୍ଡ ପାଇ ବେଲରେ ଥିଲା ମନିନ୍ଦର । ପୋଲିସର କହିବାନୁଯାୟୀ, ମନିନ୍ଦର ଓ କୋ÷ର ସମାନ ଜାତିର ହୋଇନଥିବାରୁ କୋ÷ରଙ୍କ ଭାଇ ଏ ବିବାହରେ ସହମତ ନଥିଲେ । ପରେ ସେମାନେ କୋର୍ଟରେ ବାହା ହେବାକୁ ନିଷ୍କତ୍ତି ନେଇଥିଲେ । ପରବର୍ତ୍ତୀ ସମୟରେ କୋ÷ର ଅନ୍ୟ କାହା ସହ ସମ୍ପର୍କରେ ଥିବା ସନ୍ଦେହ କରି ମନିନ୍ଦର ତାଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ମନିନ୍ଦର ପ୍ରଥମେ ତଣ୍ଟି ଚିପିବା ପରେ ଏକ ଧାରୁଆ ଛୁରୀରେ ତାଙ୍କୁ ଗଳାକୁ କାଟି ହତ୍ୟା କରିଥିଲା ।

Comments are closed.