ଫାସ୍ ଟାଗ ନ ଥିଲେ ଏବେ ଦେବାକୁ ପଡ଼ିବ ଦ୍ଵିଗୁଣା ଟୋଲ

ଜାନୁୟାରୀ ୧୫ରୁ ଫାସ୍ ଟାଗ ବାଧ୍ୟତାମୂଳକ

ଭୁବନେଶ୍ୱର: ଯଦି ଏ ପର୍ଯ୍ୟନ୍ତ ଆପଣ ନିଜ ଗାଡି ପାଇଁ ଫାସ୍ଟାଗ୍ କିଣିନାହାନ୍ତି, ତା’ହେଲେ ଟୋଲ ଗେଟ୍ରେ ଏବେ ଦିଗୁଣା ଟଙ୍କା ଦେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ନିୟମ ଅନୁଯାୟୀ ଜାନୁୟାରୀ ୧୫ ଫାସ୍ ଟାଗ୍ ପାଇଁ ଶେଷ ତାରିଖ ଥିଲା । ଏହା ପୂର୍ବରୁ ସରକାର ଦୁଇ ଦୁଇ ଥର ଏହି ଫାସ୍ ଟାଗ ସମୟସୀମା ବର୍ଦ୍ଧିତ କରିଥିଲେ । ପ୍ରଥମେ ଡିସେମ୍ବର ୧୫ ରଖାଯାଇଥିବାବେଳେ ପରବର୍ତ୍ତୀ ସମୟରେ ପୁନଶ୍ଚ ଏହାକୁ ଡିସେମ୍ବର ୩୧, ୨୦୧୯କୁ ବଢ଼ାଯାଇଥିଲା ଏବଂ ସର୍ବଶେଷରେ ପୁଣି ଫାସ୍ ଟାଗ୍ର ବାଧ୍ୟତାମୂଳକ ସମୟସୀମା ଜାନୁୟାରୀ ୧୫ ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରାଯାଇଥିଲା । ଯଦି ଏ ପର୍ଯ୍ୟନ୍ତ ଆପଣ ଫାସ୍ ଟାଗ୍ କିଣିନାହାନ୍ତି ତେବେ ଆପଣଙ୍କୁ ଟୋଲ୍ ଗେଟ୍ରେ ଦ୍ୱିଗୁଣା ଫି ଦେବାକୁ ପଡ଼ିବ । ଯଦି ଟୋଲ୍ ଗେଟ୍ରେ ଲାଗିଥିବା ଫାସ୍ଟାଗ୍ କାମ ନକରେ ତେବେ ସେହି ଯାନ ଗୁଡିକ ମାଗଣାରେ ଅତିକ୍ରମ କରିବାକୁ ଦିଆଯିବ । ଯଦି ଆପଣଙ୍କ ପାଖରେ ବୈଧ ଓ କାର୍ଯ୍ୟକ୍ଷମ ଫାସ୍ ଟାଗ ସହିତ ଆକାଉଣ୍ଟରେ ଆବଶ୍ୟକୀୟ ଜମା ଥାଏ କିନ୍ତୁ କୋ÷ଣସି ବୈଷୟିକ ସମସ୍ୟା ଯୋଗୁଁଁ ଦେୟ ପ୍ରଦାନରେ ଅସୁବିଧା ହୁଏ ତାହେଲେ ଟୋଲ ଗେଟ୍ରେ ଅପାଣଙ୍କଠାରୁ କୋ÷ିଣସି ଦେୟ ନିଆଯିବ ନାହି ଁ ।

Comments are closed.